ସଂସ୍କାର : ଆଜିକାଲି ଅପ୍ଟିକାଲ୍ ଇଲୁସିଅନ୍ ର ଚିତ୍ର ସୋସିଆଲ ମିଡ଼ିଆରେ ବହୁତ ମାତ୍ରରେ ଭାଇରାଲ୍ ହେଉଛି। ଇଣ୍ଟରନେଟରେ ଅପ୍ଟିକାଲ୍ ଭ୍ରମର ଚିତ୍ର ଦେଖିବା ପରେ, ଲୋକମାନେ ସଠିକ୍ ଉତ୍ତର ଖୋଜିବା ପାଇଁ ସେମାନଙ୍କର ମସ୍ତିଷ୍କ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। କିଛି ପ୍ରତିଭାନ ବ୍ୟକ୍ତି ତୁରନ୍ତ ଖୋଜି ଉତ୍ତର ବାହାର କରୁଥିବାବେଳେ ଅନେକ ଅଛନ୍ତି, ଯେଉଁମାନେ ଦୀର୍ଘ ସମୟ ଧରି ଉତ୍ତର ଖୋଜିବାରେ ଲାହିପଡନ୍ତି। ଏମିତିକି ସଠିକ୍ ଉତ୍ତର ଖୋଜିବାରେ ଅନେକ ଅସମର୍ଥ ହୋଇଥାନ୍ତି।
ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଚିତ୍ରରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ଉଦାଶ ଦେଖାଯାଉଛନ୍ତି, କିନ୍ତୁ ଏହି ଚେହେରା ପଛରେ ଆଉ କିଛି ଲୁଚି ରହିଛି। ନିମ୍ନରେ ଥିବା ଅପ୍ଟିକାଲ୍ ଭ୍ରମକୁ ଦେଖନ୍ତୁ, ଆପଣ କ୍ରୋଧିତ ବ୍ୟକ୍ତିଙ୍କ ଚେହେରା ଦେଖିପାରୁଛନ୍ତି କି?
ତେବେ ସୋସିଆଲ ମିଡ଼ିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଖୁବ୍ ଶୀଘ୍ର ଏହି ଚେହେରା ଖୋଜୁଥିଲେ, କିନ୍ତୁ ଅନ୍ୟକେତେ ଜଣ ଅଛନ୍ତି ଯେଉଁମାନେ ସେମାନଙ୍କୁ ଉତ୍ତର ଖୋଜିବାକୁ ଘଣ୍ଟା ଘଣ୍ଟା ଲାଗିଯାଇଥିଲା। ଆଉ ସେମାନେ କେବେବି ଏହି ଚିତ୍ରରେ ରାଗ ବ୍ୟକ୍ତିର ଚେହେରା ପାଇ ନ ଥିଲେ। ଯଦି ଆପଣ ମଧ୍ୟ ଏହି ଚିତ୍ରରେ କ୍ରୋଧିତ ବ୍ୟକ୍ତିଙ୍କୁ ଖୋଜିବାରେ ଅସମର୍ଥ, ତେବେ ଏଠାରେ ଆପଣଙ୍କ ପାଇଁ ସମାଧାନ ଅଛି।
ଏହି ଚିତ୍ରାଙ୍କନ ଆପଣଙ୍କୁ ଧାରଣା ଦେଇପାରେ ଯେ ଚିତ୍ରରେ କୌଣସି କ୍ରୋଧିତ ଚେହେରା ନାହିଁ, ଯଦି ଆପଣ ଏହାକୁ ଟିକେ ମନ ଦିଅନ୍ତି , ତେବେ କ୍ରୋଧିତ ଲୋକର ଚେହେରା ଦେଖିବାଟା ଆପଣଙ୍କ ପକ୍ଷେ ସମ୍ଭବ ହେବ। ଆପଣଙ୍କ ହାତରେ ଏହି ବ୍ୟକ୍ତିର ମୁହଁର ଡାହାଣ ପାର୍ଶ୍ୱକୁ ଆଚ୍ଛାଦନ କରିବାକୁ ପଡିବ। ତା’ପରେ ଆପଣ କ୍ରୋଧିତ ଲୋକର ଚେହେରା ଦେଖିବାକୁ ସକ୍ଷମ ହେବେ।
ଦେଖନ୍ତୁ ରାଗ ବ୍ୟକ୍ତିଙ୍କୁ :