ସଂସ୍କାର : ଭାରତୀୟ ରେଳବାଇକୁ ଦେଶର ଲାଇଫ୍ ଲାଇନ ବି କୁହାଯାଏ । କାରଣ ପ୍ରତିଦିନ ଲକ୍ଷଲକ୍ଷ ଲୋକ ଟ୍ରେନ ଦ୍ୱାରା ନିଜ କର୍ମକ୍ଷେତ୍ରକୁ ଯାତାୟାତ କରୁଛନ୍ତି । ରେଳ ହେଉଛି ଏପରି ଏକ ସାଧାରଣ ଲୋକର ଆବଶ୍ୟକତା ଯଦି ୧୦ମିନଟ ମଧ୍ୟ ରହିଗଲେ ଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ବାସ୍ତବରେ ଟ୍ରେନରେ ଏକ ଜରୁରୀକାଳୀନ ଶୃଙ୍ଖଳ ଅଛି ଯାହାକୁ ଟାଣି ଟ୍ରେନ ଅଟକାଯାଏ । ଜରୁରୀକାଳୀନ ପରିସ୍ଥିତିରେ ଚାଲୁଥିବା ଟ୍ରେନକୁ ଅଟକାଇବାପାଇଁ , ପ୍ରତ୍ୟେକ ବଗିରେ ଏକ ଶୃଙ୍ଖଳ ଯୋଗାଇ ଦିଆଯାଏ ଯାହା ଟ୍ରେନକୁ ଟାଣିବା ବନ୍ଦ କରିଦିଏ । କିନ୍ତୁ ବେଳେ ବେଳେ ଦେଖାଯାଏ କି ଲୋକମାନେ ବିନା କୌଣସି ଅସୁବିଧାରେ ଶୃଙ୍ଖଳ ଟାଣନ୍ତି, ଲୋକେ ଭୁଲବଶତଃ ସମଗ୍ର ଟ୍ରେନ୍ ନେଟୱାର୍କକୁ ପ୍ରଭାବିତ କରନ୍ତି ତେଣୁ ଏହାକୁ ବନ୍ଦ କରିବା ପାଇଁ କଠୋର ନିୟମ ମଧ୍ୟ ରେଳ ବିଭାଗ ପକ୍ଷରୁ କରାଯାଇଛି।
ରେଳବାଇର ସୂଚନା ଅନୁଯାୟୀ, ଚେନକୁ ବିନା ଜରୁରୀକାଳୀନ ପରିସ୍ଥିତି ଟାଣିବା ଆଇନଗତ ଅପରାଧ । ନିୟମ ଉଲ୍ଲଘଂନ କଲେ କଡାରୁ କଡା ସଜା ଦିଆଯିବ। ଏଥିସହ ୧୦୦୦ ଟଙ୍କା ଜୋରିମାନା ଏବଂ ଏକବର୍ଷ ଜେଲ ଦଣ୍ଡ ମଧ୍ୟ ଦିଆଯାଇପାରେ। ଏହି ପରିସ୍ଥିତିରେ ଜାଣିବା ଜରୁରୀ ଯେ ଚେନକୁ କେତେବେଳେ ଟାଣିଲେ କିଛି ବି ଦଣ୍ଡ ଭୋଗିବାକୁ ପଡ଼ିବ ନାହିଁ। ବାସ୍ତବରେ ଟ୍ରେନର ଶୃଙ୍ଖଳ ଟ୍ରେନର ମୁଖ୍ୟ ବ୍ରେକ ପାଇପ ସହିତ ସଂଯୁକ୍ତ ଏହି ପାଇପରେ ମଧ୍ୟରେ ବାୟୁ ଚାପ ରହିଥାଏ । କିନ୍ତୁ ଏହା ଟାଣିବା ମାତ୍ରେ ଏହି ବାୟୁ ବାହାରକୁ ଆସେ ଏହି କାରଣରୁ ଟ୍ରେନ ଗତି ଧୀର ହୋଇଯାଏ । ଏହାପରେ ଲୋକପାଇଲଟ ତିନିଥର ହର୍ନ ବଜାଇ ଟ୍ରେନକୁ ଅଟକାଇଥାନ୍ତି। ଏହି ପ୍ରକ୍ରିୟା କିଛି ସମୟ ନେଇଥାଏ।
ଏହି ପରିସ୍ଥିତିରେ ଟ୍ରେନର ଶୃଙ୍ଖଳ ଟାଣିପାରିବେ ଆପଣ :
୧) ଯଦି ଜଣେ ସହ-ଯାତ୍ରୀ, ଯାହାର ବୟସ ୬୦ ବର୍ଷରୁ ଅଧିକ କିମ୍ବା ଛୋଟ ପିଲା ଟ୍ରେନ୍ ଚଡୁଥିବା ସମୟରେ ରହିଯାନ୍ତି। ସେହି ସମୟରେ ଆପଣ ଟ୍ରେନର ଚେନ ଟାଣିପାରିବେ।
୨) ଟ୍ରେନରେ ନିଆଁ ଲାଗିଗଲେ।
୩) ବୃଦ୍ଧ କିମ୍ବା ଭିନ୍ନକ୍ଷମଙ୍କୁ ଟ୍ରେନରେ ଚଢ଼ିବା ଏବଂ ଟ୍ରେନ୍ ଚଳାଇବାକୁ ସମୟ ଲାଗୁଥିଲେ।
୪) ହଠାତ୍ ବଗିରେ କେହି ଅସୁସ୍ଥ ହେଲେ (ଷ୍ଟ୍ରୋକ୍ କିମ୍ବା ହୃଦଘାତ)।
୫) ଟ୍ରେନରେ ଚୋରି କିମ୍ବା ଡକାୟତି ଭଳି ଘଟଣା ଘଟିଲେ।