ବିବାହ ଗିଫ୍ଟରୁ ଫୁଟିଲା ବୋମା , ଶାଳୀର ପ୍ରେମିକ ପଠାଇଥିଲା ଭାଲୁ ବମ୍ , ବରର ଅବସ୍ଥା ସାଙ୍ଘାତିକ

ସଂସ୍କାର: ଗୁଜୁରାଟର ଏକ ପରିବାର ପାଇଁ ବିବାହରେ ମିଳିଥିବା ଉପହାର ବହୁତ କଷ୍ଟଦାୟକ ସାବ୍ୟସ୍ତ ହୋଇଛି। ଗୁଜୁରାଟର ନାଭସାରୀ ଜିଲ୍ଲାର ଭାସଣ୍ଡା ତାଲୁକାରେ ୧୭ ମଇ ମଙ୍ଗଳବାର ଦିନ ଏହି ଆଶ୍ଚଯ୍ୟଜନକ ଘଟଣା ଘଟିଛି। ବିବାହରେ ମିଳିଥିବା ଉପହାର ଗୁଡିକ ସମସ୍ତେ ଖୁସିରେ ଦେଖୁଥିଲେ କିନ୍ତୁ ମିଳିଥିବା ଏକ ଟେଡି ବିୟର ବା ଭାଲୁ ଗିଫ୍ଟ ଖୋଲିବା ମାତ୍ରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ ବର ଏବଂ ତାଙ୍କର ୩ ବର୍ଷର ପୁତୁରା ଗୁରୁତର ଆଘାତ ପାଇଛନ୍ତି।

ବର୍ତ୍ତମାନ ଏହି ଉପହାରକୁ ପଠାଇଥିବା ବ୍ୟକ୍ତିଙ୍କୁ ପୋଲିସ ପଚରାଉଚରା କରୁଛି। ମିଥାମ୍ବରୀ ଗାଁର ଲତେଶ , ମେ ୧୨ ରେ ସଲମା ନାମକ ଏକ ଝିଅକୁ ବିବାହ କରିଥିଲେ। ସମ୍ପର୍କୀୟମାନେ ବିବାହରେ ବିବାହିତ ଦମ୍ପତିଙ୍କୁ ଅନେକ ଉପହାର ଦେଇଥିଲେ। ତେବେ ବିବାହ ସରିବା ପରେ ସେ ସମସ୍ତ ଗିଫ୍ଟ ପ୍ୟାକେଟ ଖୋଲିଥିଲେ। ସେଥିମଧ୍ୟରୁ ଏକ ଇଲେକ୍ଟ୍ରିକ୍ ଟେଡି ବିୟର ( ଭାଲୁ) ଏକ ପ୍ୟାକେଟରେ ରହିଥିଲା। ଆଉ ଏହି ପ୍ୟାକେଟ ଖୋଲିବା ମାତ୍ରେ ବଡ଼ଧରଣର ବିସ୍ଫୋରଣ ହୋଇଥିଲା

ଲତେଶଙ୍କ ଶ୍ୱଶୁର ହରିଶ ଭୋଇ କହିଛନ୍ତି ଯେ ତାଙ୍କ ଝିଅ ତାଙ୍କୁ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି। ତାଙ୍କ କହିବାନୁସାରେ, ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ସମଗ୍ର ଗାଁରେ ଶୁଣିବାକୁ ମିଳିଥିଲା। ଯେତେବେଳେ ଗ୍ରାମବାସୀମାନେ ସ୍ୱର ଶୁଣିବା ପରେ ଲତେଶଙ୍କ ଘରେ ପହଂଚିଥିଲେ , ସେମାନେ ଲତେଶ ଏବଂ ତାଙ୍କ ପୁତୁରାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିଥିଲେ।

ସଂଗେ ସଂଗେ ଉଭୟଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଲତେଶଙ୍କ ଉଭୟ ଆଖି ନଷ୍ଟ ହୋଇଯାଇଛି। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଲତେଶଙ୍କ ଶରୀରର ଉପର ଅଂଶ ଜଳି ଯାଇଛି। ତେବେ ଏହି ଗିଫ୍ଟ ଟି ଲତେଶଙ୍କର ଶାଳୀର ପ୍ରେମିକ ଦେଇଥିବା ଜଣାପଡିଛି। ପୀଡିତଙ୍କ ପରିବାର ମଧ୍ୟ ଭାସଣ୍ଡା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାର ଅଭିଯୁକ୍ତଙ୍କୁ କାବୁ କରି ପଚରାଉଚରା କରୁଛି। ଏହି ଯୁବକଙ୍କ ନାମ ରାଜୁ ଧନସୁଖ ବୋଲି ପୋଲିସ କହିଛି। ସେ ବିବାହ ଦିନ ଗ୍ରାମର ଆଶାକର୍ମୀଙ୍କ ସହାୟତାରେ ଏହି ଉପହାର ଦେଇଥିଲା।

Leave a Reply

Your email address will not be published. Required fields are marked *