ଅନୁଭବ- ବର୍ଷା ବିବାଦ ପୁଣି ଏକ ନୂଆ ମୋଡ, ଏଥର ସାଇବର୍ ଥାନାର ଦ୍ୱାରସ୍ଥ ହେଲେ ବର୍ଷା

ସଂସ୍କାର : ଅନୁଭବ ନାଁରେ ସାଇବର ଥାନାରେ ଏତଲା ଦେଲେ ବର୍ଷା । ଅନୁଭବଙ୍କ ଭିଡିଓ ମାଧ୍ୟମରେ ବର୍ଷାଙ୍କ ଚରିତ୍ର ଉପରେ ଆକ୍ଷେପ କରିଛନ୍ତି ବୋଲି ବର୍ଷା ସାଇବର୍ ଥାନାରେ ଅଭିଯୋଗ କରି କହିଛନ୍ତି। ଗତ ଏକ ସପ୍ତାହ ଧରି ଅନୁଭବ ମହାନ୍ତି ଭିଡିଓ ଉପରେ ଭିଡିଓ ସୋସିଆଲ ମିଡିଆରେ ଛାଡୁଛନ୍ତି । ଯାହା ଦ୍ୱାରା ତାଙ୍କ ମାନ ସମ୍ମାନ ହାନି ହେଉଛି ଏବଂ ସେ ମାନସିକ ନିର୍ଯାତନାର ଶିକାର ହେଉଥିବା କହିଛନ୍ତି ବର୍ଷା।

ଏହା ପୂର୍ବରୁ ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ଅଭିଯୋଗ କରିଥିଲେ ପତ୍ନୀ ବର୍ଷା । ଅନୁଭବ ଭିଡିଓ ମାଧ୍ୟମରେ ତାଙ୍କର ନାରୀତ୍ୱ ଉପରେ ପ୍ରଶ୍ନ କରିଛନ୍ତି ବୋଲି ଅଭିଯୋଗ କରିଥିଲେ ବର୍ଷା । ଏହାପରେ ଅନୁଭବ ପାଲଟା ତୃତୀୟ ଭିଡିଓ ପ୍ରସ୍ତୁତ କରି ବର୍ଷାଙ୍କୁ ଜବାବ ଦେଇଛନ୍ତି। ଦୁଇଜଣଙ୍କ ବିରୋଧରେ ଚାଲିଥିବା ମାମଲା ମିଡିଆରେ ପ୍ରସାରଣ ନ ହେବାକୁ କୋର୍ଟରେ ଅପିଲ କରିଛନ୍ତି । ଯଦି ବର୍ଷାଙ୍କର ଏତେ କ୍ଷତି ହୋଇଛି ସେ ଆଗରୁ କାଇଁ ଥାନାରେ ଏତଲା ଦେଉନଥିଲେ , ଆଜି ହଠାତ କଣ ପାଇଁ । ଦୁଇବର୍ଷରେ ଏତେ ଏତଲା କୋଉଠୁ ଆସିଲା ବୋଲି ଅନୁଭବ ନିଜର ତୃତୀୟ ଭିଡ଼ିଓରେ ପ୍ରଶ୍ନ କରିଛନ୍ତି ।

ସବୁଠାରୁ ବଡ କଥା ହେଲା ଅନୁଭବ ବର୍ଷାଙ୍କୁ ୩ଟି ଚ୍ୟାଲେଞ୍ଜ ଦେଇଛନ୍ତି । ତାଙ୍କ ଭିଡିଓରେ କହିଛନ୍ତି ସାହସ ଅଛି ଯଦି ଚ୍ୟାଲେଞ୍ଜ ଗ୍ରହଣ କର । ତେବେ ଅନୁଭବ କଣ ପାଇଁ ବାରମ୍ବାର ଭିଡିଓ ଜାରି କରୁଛନ୍ତି । ମାମଲା କୋର୍ଟରେ ବିଚାରଧୀନ ଅବସ୍ଥାରେ ଅନୁଭବ କଣ ଭିଡିଓ ମାଧ୍ୟମରେ ସୂଚାଇଦେବାକୁ ଚାହୁଁଛନ୍ତି । ଏନେଇ ଡିସିପି କହିଛନ୍ତି ଏହାର ନିଶ୍ଚିନ୍ତ ତଦନ୍ତ ହେବ ।

Leave a Reply

Your email address will not be published. Required fields are marked *