ଉଚ୍ଚତା କମ ଥିବା ପୁରୁଷଙ୍କର Sex ଲାଇଫ ହୋଇଥାଏ ଅତ୍ୟନ୍ତ ଖାସ୍, ପଢିଲେ ହିଁ ଜାଣିବେ ବିଶେଷତା

ସଂସ୍କାର : ଗୁଡଲୁକ୍ ସାଙ୍ଗକୁ ଠିକ୍ ଠାକ୍ ଉଚ୍ଚତା ଥିବା ଯୁବକଙ୍କୁ ପସନ୍ଦ କରନ୍ତି ଆଜିକାଲିର ତରୁଣୀ ଯୁବତୀମାନେ। କାରଣ ଅନେକ ଯୁବତୀଙ୍କର ଚିନ୍ତା ଧାରା ରହିଥାଏ ଯେ, ଲମ୍ବା ଉଚ୍ଚତା ବିଶିଷ୍ଟ ପୁରୁଷଙ୍କୁ ଜୀବନ ସାଥୀ ରୂପେ ବାଛିବା ସେମାନଙ୍କ ଜୀବନର ସେକ୍ସୁଆଲ୍ ଲାଇଫ୍ ଆନନ୍ଦରେ ଝୁମି ଉଠିବ। କିନ୍ତୁ ଅନେକ ଯୁବତୀଙ୍କୁ ଏହା ଅବଗତ ନାହିଁ ଯେ, କମ୍ ଉଚ୍ଚତା ବିଶିଷ୍ଟ ପୁରୁଷଙ୍କ ନିକଟରେ ବି ଅନେକ ଭଲ ଗୁଣ ରହିଛି। ଯାହା ସେମାନଙ୍କର ସେକ୍ସ ଲାଇଫକୁ ଅତ୍ୟନ୍ତ ରମଣୀୟ କରିବ।

ନିକଟରେ ଏକ ରିସର୍ଚ୍ଚ କରାଯାଇଥିଲା। ଆଉ ରିସର୍ଚ୍ଚର ରିପୋର୍ଟ ଯାହା ଆସିଛି ତାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି। “ଦ ଜର୍ନାଲ୍ ଅଫ୍ ସେକ୍ସୁଆଲ୍ ମେଡିସିନ୍” ର ଏକ ନୂତନ ଅଧ୍ୟୟନରେ ଲମ୍ବା ଉଚ୍ଚତା ବିଶିଷ୍ଟ ପୁରୁଷଙ୍କ ତୁଳନାରେ କମ୍ ଉଚ୍ଚତା ବିଶିଷ୍ଟ ବ୍ୟକ୍ତିଙ୍କ ସହ ଜଡ଼ିତ ଏକ ବିଶେଷତା ସମ୍ପର୍କରେ ସୂଚନା ଦିଆଯାଇଛି ।

ଏହି ଅଧ୍ୟୟନରୁ ଜଣାପଡିଛି ଯେ, କମ୍ ଉଚ୍ଚତା ବିଶିଷ୍ଟ ପୁରୁଷ ସେକ୍ସୁଆଲି ଖୁବ୍ ଆକ୍ଟିଭ୍ ହୋଇଥାନ୍ତି। ଯେତେବେଳେ କି ଲମ୍ବା ଉଚ୍ଚତା ଥିବା ପୁରୁଷ ଅଧିକ ସମୟ ସମ୍ଭୋଗ କରିବା ପାଇଁ ପସନ୍ଦ କରନ୍ତି ନାହିଁ। ତେବେ ପ୍ରାୟ ୫୩୦ ଜଣ ପୁରୁଷଙ୍କ ଉପରେ ଏହି ରିସର୍ଚ୍ଚ କରାଯାଇଥିଲା। ଏଥିରେ ଅନେକ କମ ଉଚ୍ଚତା ବିଶିଷ୍ଟ ପୁରୁଷ ଏବଂ ଲମ୍ବା ଉଚ୍ଚତା ବିଶିଷ୍ଟ ପୁରୁଷ ରହିଥିଲେ। ଏହି ରିସର୍ଚ୍ଚ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ମାନେ କରିଛନ୍ତି ବୋଲି ଜଣାପଡ଼ିଛି।

ଅଧ୍ୟୟନର ରିପୋର୍ଟ ଅନୁଯାୟୀ, ଯେଉଁ ପୁରୁଷଙ୍କ ଉଚ୍ଚତା ୧୭୫ ସେଣ୍ଟିମିଟର୍ ରୁ କମ୍ ବା ୫ଫୁଟ ୯ ଇଞ୍ଚ୍ ରୁ କମ୍ ଥିଲା ସେମାନଙ୍କ ସେକ୍ସ ଡ୍ରାଇଭ୍ ଭଲ ଥିଲା । ତେବେ କମ୍ ଉଚ୍ଚତା ବିଶିଷ୍ଟ ପୁରୁଷ ମାନେ କେବଳ ସେକ୍ସ ଡ୍ରାଇଭ୍ ରେ ଭଲ ନଥାନ୍ତି ବରଂ ନିଜ ପାର୍ଟନର୍ କୁ ଛାଡ଼ପତ୍ର ଦେବାରେ ମଧ୍ୟ ୩୨ ପ୍ରତିଶତ କମ୍ ହୋଇଥାନ୍ତି ।

ଖାଲି ସେତିକି ନୁହେଁ ଏମାନେ ଲମ୍ବା ପୁରୁଷଙ୍କ ତୁଳନାରେ ଅଧିକ କାମ କରିଥାନ୍ତି ଓ ଭଲ ରୋଜଗାର ମଧ୍ୟ କରିଥାନ୍ତି। ଅର୍ଥାତ୍ ଆପଣଙ୍କ ପାର୍ଟନର୍ ଯେତିକି କମ୍ ଉଚ୍ଚତାର ହୋଇଥିବେ ସେମାନେ ସେତେ ଭଲ ପାର୍ଟନର୍ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *