ମଦ ଦୋକାନରେ ଲୁଟ !! ଚୋର ବାଛି ନେଇଗଲା ଦାମୀ ମଦ ବୋତଲ ସାଙ୍ଗକୁ ୬ ଲକ୍ଷ ଟଙ୍କା , ଦେଖନ୍ତୁ ଭିଡ଼ିଓ

ସଂସ୍କାର : ଭୁବନେଶ୍ୱରରେ ସୌଖୀନୀ ଲୁଟେରା। ନିଜର ସୌଉଖ ପୁରୁଣ କରିବା ସହିତ ମଦ ଦୋକାନରୁ ଲୁଟି ନେଲା ପ୍ରାୟ ୬ ଲକ୍ଷ ଟଙ୍କା ଆଉ ବଡ଼ ବଡ଼ ମଦ କମ୍ପାନୀର ଦାମୀ ଦାମୀ ମଦ। ଟଙ୍କା ଆଉ ମଦ ମିଶାଇ ପାଖପାଖି ୮ ରୁ ୯ ଲକ୍ଷ ଟଙ୍କା ଲୁଟି ନେଲା ଲୁଟେରା।

ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଅଭବନୀୟ ଘଟଣା । ମଦ ଦୋକାନରୁ ଲକ୍ଷାଧିକ ଟଙ୍କା ସହ ଦାମୀ ମଦ ଲୁଟି ନେଇଛି ଦୁର୍ବୃତ୍ତ। ୱାନ୍ ମ୍ୟାନ ଆର୍ମି ଭାବରେ ଏକାକୀ ଏହି ସବୁ ଭିଆଇଛି ଲୁଟେରା। ପୂର୍ବରୁ ଲୁଟେରା ଟାର୍ଗେଟ କରିଥିଲା ମଦ ଦୋକାନକୁ ଆଉ ବର୍ତ୍ତମାନ ମଦ ଦୋକାନୀରୁ ଲୁଟ କରିବାରେ ସଫଳ ହୋଇଛି।

ମଦ ଦୋକାନୀର ମ୍ୟାନେଜର ଗଣମାଧ୍ୟମକୁ କହିଛନ୍ତି ଯେ, ପ୍ରାୟ ୫ ଲକ୍ଷ ୪୮ ହଜାର ଟଙ୍କା ସହ ଦାମୀ ମଦ ଲୁଟି ନେଇଛି ଦୁର୍ବୃତ୍ତ। ସିସିଟିଭିରେ ଦୋକାନକୁ ପ୍ରବେଶ କରୁଥିବା ସମୟର ଚିତ୍ର କଏଦ ହୋଇଛି। ଆଶ୍ଚର୍ଯ୍ୟର କଥା ଏହା ଯେ, ଜଣେ ହିଁ ଏତେ ବଡ଼ କାଣ୍ଡ ଭିଆଇଛି। ଚୋର ଜଣକ ହାଫ୍ ପ୍ୟାଣ୍ଟ ପିନ୍ଧିଥିବାବେଳେ ଦୋକାନରେ ଲାଗିଥିବା ସିସିଟିଭିର ହାର୍ଡ ଡିସ୍କ ନେଇଯାଇଥିବା ଜଣାପଡିଛି। ସେପଟେ ପୋଲିସ ଚୋରକୁ ଖୋଜିବାରେ ଲାଗି ପଡିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଚୋରର କୌଣସି ପତ୍ତା ମିଳିନି।

ଦେଖନ୍ତୁ ଭିଡିଓ :

Leave a Reply

Your email address will not be published. Required fields are marked *