ସଂସ୍କାର : ଗତ ମେ’ ୧୭ ତାରିଖରେ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାଶ ଓ ତାଙ୍କ ପ୍ରେମିକା ସୋମାଲିକା ଦାଶ ନିଜ ନିଜ ଓକିଲଙ୍କ ସହିତ ସବ୍-ରେଜିଷ୍ଟ୍ରାରଙ୍କ କାର୍ଯ୍ୟଳୟରେ ଆବଶ୍ୟକୀୟ କାଗଜପତ୍ର ସହିତ ବିବାହ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ । ଉଭୟଙ୍କ ଆବେଦନକୁ ସବ୍-ରେଜିଷ୍ଟ୍ରାର ଗ୍ରହଣ କରି ୩୦ ଦିନ ମଧ୍ୟରେ ବିବାହ ପାଇଁ ସମୟ ଦେଇଥିଲେ । ଏହା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇ ଜୁନ ୧୭ରେ ବିବାହ ପଞ୍ଜୀକରଣ ଓ ସନ୍ଧ୍ୟାରେ ନିର୍ବନ୍ଧ ପାଇଁ ସ୍ଥିର ହୋଇଥିଲା।
କିନ୍ତୁ ସୋମଲିକା ଭାବିଥିବା କଥା ପୁରାପୁରି ଓଲଟା ହୋଇଯାଇଥିଲା। BJD ବିଧାୟକ ବିଜୟ ଶଙ୍କର ଦାଶ ବିବାହ ପଞ୍ଜୀକରଣ ପାଇଁ ସବ୍-ରେଜିଷ୍ଟ୍ରାର ଅଫିସ ଆସିନଥିଲେ। ସେହିଦିନ ସକାଳେ କୋର୍ଟ ମ୍ୟାରେଜ୍ ଆଉ ସଞ୍ଜବେଳା ହୋଇଥାନ୍ତା ରିଂ ସେରେମନି। କିନ୍ତୁ ସବୁ ଓଲଟପାଲଟ ହୋଇଗଲା। ଗତ ୧୭ ତାରିଖ ଦିନ ବିଧାୟକ ପ୍ରେମିକଙ୍କୁ ପ୍ରାୟ ୩ ଘଣ୍ଟା ଅପେକ୍ଷା କରି ସୋମାଲିକା ଓ ତାଙ୍କ ପରିବାର ସଦସ୍ୟ ଘରକୁ ଫେରିଥିଲେ ।
ସେପଟେ ପ୍ରତିଶ୍ରୁତି ଭାଙ୍ଗିଥିବାରୁ ୧୮ ତାରିଖ ଦିନ ସୋମାଲିକା ଜଗତସିଂହପୁର ଥାନାରେ ବିଧାୟକଙ୍କ ନାଁରେ ପ୍ରତାରଣାର ଅଭିଯୋଗ କରିଥିଲେ । ଆଉ ଏକ ସଙ୍ଗିନ ଅଭିଯୋଗ କରିଥିଲେ ଯେ, ବିଜୟ ଏକ ସେକ୍ସ ରାକେଟ୍ ଚଳାଉଛନ୍ତି। କିନ୍ତୁ ବର୍ତ୍ତମାନ ସୋମଲିକାଙ୍କର ଏହି ସବୁ ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି ନିଜେ ବିଧାୟକ ବିଜୟ ଶଙ୍କର ଦାଶ। ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର।
ପ୍ରେମିକା ସୋମାଲିକାଙ୍କୁ ବିବାହ କରିବାକୁ ସେ ରାଜି ଥିବା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। ମାଆଙ୍କ ଦେହ ଖରାପ ଥିବାରୁ ବାହା ହେବାକୁ ସମୟ ମାଗିଥିଲି। ସୋମାଲିକାଙ୍କ ସହ ବିବାହ ନିଶ୍ଚିତ ହେବ କହିଥିଲେ ବିଧାୟକ। ସେ ଏତଲା ଦେବାର ଶେଷ ରାତିରେ ମୁଁ କଥା ହୋଇଥିଲି । ମୁଁ ବାହା ହେବାକୁ ମନା କରିବା, ସେକ୍ସ ରାକେଟ୍ ଚଳାଇବା ଅଭିଯୋଗ ମିଛ।
ଦେଖନ୍ତୁ ଭିଡିଓ :