ନିଜ ଶରୀର ପ୍ରତ୍ୟେକ ଅଙ୍ଗର ଅସ୍ତ୍ରୋପଚରେ ପଛରେ ରହିଥିବା ସତ୍ୟତାର ଖୁଲାସା କଲେ ରାଧିକା, ପଢ଼ନ୍ତୁ ରିପୋର୍ଟ

ସଂସ୍କାର : ବଲିଉଡ଼ର ଜଣେ ନିପୁଣ ଓଦକ୍ଷତା ସମ୍ପନ୍ନ ଅଭିନେତ୍ରୀ ହେଉଛନ୍ତି ରାଧିକା ଆପତେ । ସେ ନିଜର ଦମଦାର ଅଭିନୟ ଓ କଠିନ ପରିଶ୍ରମ ଦ୍ୱାରା ଅଭିନୟ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ପ୍ରତ୍ୟେକ ଚରିତ୍ରକୁ ଖୁବ ସୁନ୍ଦର ଭାବେ ଅଭିନିତ କରିଛନ୍ତି ସେ । କିନ୍ତୁ ଆପଣ ଜାଣନ୍ତି ଗୋଟିଏ ଅଭିନେତ୍ରୀର ସ୍ଥିତି ଝୁଲଥିବା ଖଣ୍ଡାର ଧାରରେ ହିଁ ରହିଥାଏ । ଏହାଏକ ଦୁଃଖଦ ଖବର ହେଲେ ବି ସତ ।

ଏକ ସାକ୍ଷାତକାରରେ ରାଧିକା ତାଙ୍କର ଶରୀରର ଅସ୍ତ୍ରୋପଚାର ପଛର ସତ୍ୟତା ବିଷୟରେ କହିଛନ୍ତି । କିଭଳି ଭାବେ ଲୋକଙ୍କ କଥାରେ ସେ ତାଙ୍କର ଶରୀରର ପ୍ରତ୍ୟେକ ଅଙ୍ଗର ଅସ୍ତ୍ରୋପଚାର କରିଛନ୍ତି ତା’ ବିଷୟରେ କହିଛନ୍ତି ।

ସେ କହିଛନ୍ତି ଯେ, ଅସ୍ତ୍ରୋପଚାର ପାଇଁ ତାଙ୍କ ଉପରେ ଚାପ ପକାଯାଉଥିଲା । ଯେତେବେଳେ ସେ ଏହି ଅଭିନୟ ଦୁନିଆରେ ନୂଆ ଥିଲେ ସେତେବେଳେ ତାଙ୍କ ଶରୀରର ଅସ୍ତ୍ରେପାଚାର ପାଇଁ ବହୁତ କିଛି କରିବାକୁ ତାଙ୍କୁ କୁହାଯାଇଥିଲା ।

ପ୍ରଥମେ ସେ ତାଙ୍କର ନାକର ଅସ୍ତ୍ରୋପଚାର କରିଥିଲେ, ଦ୍ୱିତୀୟରେ ସେ ବ୍ରେଷ୍ଟ ତା ପରେ ଏମିତି ଶରୀରର ପ୍ରତ୍ୟେକ ଅଙ୍ଗର ଅସ୍ତ୍ରୋପଚାର କରିଚାଲିଲେ । ତା ପରେ ଗୋଡ଼, ଅନ୍ୟ ଅପୂରଣୀୟ ଥିବା ଜାଗାକୁ ଫିଲ କରିବା ପାଇଁ କୁହାଗଲା । କିନ୍ତୁ ସେ ଆଉ କରିନଥିଲେ । ସେ ମନା କରିଦେଇଥିଲେ ଆଉ ଅସ୍ତ୍ରୋପଚାର କରି ନଥିଲେ । ଏଥିପାଇଁ ସେ ଚାପଗ୍ରସ୍ତ ହେଲେ ନାହିଁ । ନିଜ ଶରୀରକୁ ଭଲ ପାଇବାକୁ ଚେଷ୍ଟା କଲେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *