ଆସିଲା ରିପୋର୍ଟ, ଏହି କାରଣରୁ ହୋଇଛି ରାଇମୋହନଙ୍କ ମୃତ୍ୟୁ , କାରଣ ଜାଣିଲେ ତାଯୁବ ହେବେ ଆପଣ..

ସଂସ୍କାର : ଅଭିନେତା ରାଇମୋହନ ପରିଡ଼ାଙ୍କ ମୃତ୍ୟୁ ଘଟଣାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଏଥିରେ ଦଉଡ଼ିରେ ଝୁଲି ଆତ୍ମହତ୍ୟା କରିଥିବା ଦର୍ଶାଯାଇଛି । ଶ୍ୱାସରୁଦ୍ଧ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଭିସେରା ଟେଷ୍ଟ ପାଇଁ ତାଙ୍କ ନମୁନା ଏସଏଫଏସଏଲକୁ ପଠାଯାଇଛି। ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ କମିଶନରେଟ ପୋଲିସକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଗତ ୨୪ ତାରିଖରେ ଓଲିଉଡ଼ର ଜଣାଶୁଣା ଖଳନାୟକ ରାଇମୋହନ ପରିଡ଼ା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଭୁବନେଶ୍ୱରସ୍ଥିତ ପ୍ରାଚୀବିହାରରେ ଥିବାନିଜ ବାସଭବବନରୁ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ରାଇମୋହନ କ’ଣ ପାଇଁ ଆତ୍ମହତ୍ୟା କଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି।

ନିଜର ନିଖୁଣ ଅଭିନୟ ପାଇଁ ପ୍ରତିଟି ଓଡ଼ିଆଙ୍କ ଘରେ ଘରେ ସେ ପରିଚିତ । ସେ ଓଡ଼ିଆ ସିନେମା ବ୍ୟତୀତ ଯାତ୍ରା ଜଗତରେ ମଧ୍ୟ ଅଭିନୟ କରିଛନ୍ତି ।ଏଯାବତ ପୋଲିସ ଏହି ଘଟଣାରେ ପରିବାରଲୋକଙ୍କ ସମେତ ୧୨ଜଣଙ୍କ ବୟାନ ରେକର୍ଡ କରିସାରିଛି ।

Leave a Reply

Your email address will not be published. Required fields are marked *