ମୁଁ ଛତରଖିଆ ଗୀତିକାର ନୁହେଁ : ପଞ୍ଚାନନ ନାୟକ , ଦେଖନ୍ତୁ VIDEO

ସଂସ୍କାର : ବର୍ତମାନ ସବୁଆଡେ କେବଳ ଗୋଟିଏ ଚର୍ଚ୍ଚା ଲାଗିଛି ବର୍ଷା ଓ ଟୁଙ୍ଗୁରୁ । କୌଣସି ଚ୍ୟାନେଲ ନାହିଁ ଯେ ଏହି ଖବର ବଜାଉନାହାନ୍ତି । ସୋସିଆଲ ମିଡିଆର ନୂଆ ଚେହେରା କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ କିଛି ମିଡିଆରେ ଏହାକୁ ଏମିତି ପ୍ରସାରଣ କରିଛନ୍ତି ଯେ ଆପଣ ଦେଖିଦେଖି ବିରକ୍ତ ହେଇଯିବେ । ଆପଣ ଦେଖିଥିବେ ଗତ ୧୫ ଦିନ ହେଲାଣି ଟୁଙ୍ଗୁରୁ ଓ ବର୍ଷାକୁ ନେଇ ଚାରିଆଡେ ଚର୍ଚ୍ଚା । ଏମାନଙ୍କୁ ନେଇ ଗୁଡାଏ ଗୀତ ରିଲିଜ ହୋଇସାରିଲାଣି , ତାହାର ହିସାବ ନାହିଁ । କିନ୍ତୁ ଏହାକୁ ନେଇ ଏକ ସ୍ୱଚ୍ଛଭାବନା ଆଣିଛନ୍ତି ଗୀତିକାର ପଞ୍ଚାନନ ନାୟକ।

ତାଙ୍କ ମତରେ ଏଭଳି ଗୀତ ସମାଜ ପାଇଁ ଖରାପ ଚିନ୍ତାଧାରା ଆଣିବା ଛଡା କିଛି ନୁହେଁ । ମହାପ୍ରଭୁଙ୍କ ଭଜନ ଲେଖିବା ଓ ଭଲ ସଂଗୀତ ମାଧ୍ୟମରେ ଲୋକମାନଙ୍କ ପାଖରେ ରହିବା ମୋର କର୍ତବ୍ୟ । ସବୁ ସଂଗୀତକାର ମାନଙ୍କୁ ମଧ୍ୟ କହିଛନ୍ତି ମୁଁ ସେମାନଙ୍କ ପରି ଛତରଖିଆ ଗୀତିକାର ନୁହେଁ । ଓଡିଆ ଲୋକ ଭଲ ଗୀତ ଶୁଣିବାକୁ ପସନ୍ଦ କରନ୍ତି ଏବଂ ସଂଗୀତକାରକୁ ମଧ୍ୟ । ହେଲେ ଶସ୍ତା ନାଁ କମେଇବାକୁ ଯାହାର ଇଚ୍ଛା ଅଛି ସେମାନେ ପଇସା କମେଇବାକୁ ଚାହୁଁଛନ୍ତି । ହେଲେ ପଞ୍ଚାନନ କଲମରେ ଏ ସବୁ ନାହିଁ ବୋଲି ସେ କହିଛନ୍ତି ।

ଦେଖନ୍ତୁ ଭିଡ଼ିଓ :

Leave a Reply

Your email address will not be published. Required fields are marked *