ସଂସ୍କାର : ଆମେରିକାର ଚାର୍ଲୋଟ ଅଞ୍ଚଳର ୫୩ ବର୍ଷ ବୟସ୍କା ଲେନା ସୁ କ୍ଲିଟନ୍ ତାଙ୍କ ସ୍ୱାମୀ ଷ୍ଟିଭେନ୍ କ୍ଲିଟନଙ୍କୁ ହତ୍ୟା କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଯୁକ୍ତରାଷ୍ଟ୍ରରେ ଦକ୍ଷିଣ କାରୋଲିନାର ଜଣେ ୫୩ ବର୍ଷିୟା ମହିଳା ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ୨୫ ବର୍ଷ ଜେଲ ଦଣ୍ଡାଦେଶ ପାଇଛନ୍ତି ।
କୋର୍ଟରେ ମହିଳା ଜଣକ ତାଙ୍କ ଅପରାଧକୁ ଗ୍ରହଣ କରି କହିଥିଲେ ଯେ ସେ ତାଙ୍କ ସ୍ୱାମୀଙ୍କୁ ପାଣିରେ ଆଖି ଡ୍ରପ ମିଶାଇ ପିଇବାକୁ ଦେଇଥିଲେ। ଯେଉଁଥିରେ ତାଙ୍କ ପତିଙ୍କର ମୃତ୍ୟୁ ହୋଇଯାଇଛି।
ପୋଲିସ ଏହି ମର୍ଡର ବିଷୟରେ ପ୍ରାରମ୍ଭିକ ଅନୁସନ୍ଧାନରୁ ଜାଣିଛି ଯେ, ବ୍ୟକ୍ତିଙ୍କର ମୃତ୍ୟୁ ଏକ ପ୍ରାକୃତିକ ମୃତ୍ୟୁ କିନ୍ତୁ ପରେ ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ତାଙ୍କ ଶରୀରରେ ଟେଟ୍ରାହାଇଡ୍ରୋଜୋଲାଇନ୍ ନାମକ ଏକ ପଦାର୍ଥର ମାତ୍ରା ଅଧିକ ଥିଲା ଯାହା ସାଧାରଣତଃ ଆଖିରେ ପକାଯାଇଥାଏ। ଆଉ ଏହା ଦ୍ୱାରା ମହିଳା ଜଣକ ନିଜ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ତେବେ ହତ୍ୟା ପଛର କାରଣ ଅସ୍ପଷ୍ଟ ରହିଛି।