ସଂସ୍କାର : ଛତିଶଗଡ଼ର ସୁରଜପୁର ଜିଲ୍ଲାର ଜରହୀ, ଭଟଗାଓଁରୁ ଏକ ଲୋମଟାଙ୍କୁରା ଘଟଣା ସାାମ୍ନାକୁ ଆସିଛି।ସ୍ୱାମୀର ଅବୈଧ ସମ୍ପର୍କକୁ ନେଇ ସ୍ୱାମୀୀ ଓ ସ୍ତ୍ରୀମଧ୍ୟରେ ହେଉଥିବା ବିବାଦ ଉଗ୍ରରୂପ ନେବା ପରେ ଏହାର କରୁଣ ପରିଣତି ଦେଖିବାକୁୁ ମିଳିଛି । ଏହି ଘଟଣାରେ ଉତ୍ତ୍ୟକ୍ତ ହୋଇ ସ୍ୱାମୀ ସ୍ତ୍ରୀ ଓ ୨ ଶିଶୁଙ୍କୁ ଜାଳି ପୋଡ଼ିଦେଇଥିବା ଜଣାପଡ଼ିଛି ।
ଗତ ୧୦ ବର୍ଷ ଧରି ସେମାନଙ୍କ ମଧ୍ୟରେ ବିବାଦ ଲାଗିରହୁଥିଲା । ଶନିବାର ବିଳମ୍ବିତ ରାତିରେ ପଡ଼ୋଶୀମାନେ ସେମାନଙ୍କ ଘରୁ ଧୂଆଁ ବାହାରୁଥିବାର ଦେଖିବାକୁ ପାଇଥିଲେ । ପରେ ସେମାନଙ୍କ ଘର କବାଟ ଭାଙ୍ଗି ମହିଳା ଓ ୨ ଶିଶୁକୁ ଅଧାପୋଡ଼ା ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।
ତେବେ ରବିବାର ୨ ଶିଶୁଙ୍କର ମୃତ୍ୟୁ ହୋଇଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ୩ଜଣଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ ଘୋଷଣା କରିଥିଲେ ।