ସଂସ୍କାର : ଯଦି ୭ ଜନ୍ମର ସାଥୀ ଶତ୍ରୁ ହୋଇଯାଏ ତେବେ ଏହାଠାରୁ ବଡ଼ ଦୁଃଖ ମହିଳାମାନଙ୍କ ପାଇଁ କିଛି ବି ହୋଇନପାରେ । ତେବେ ଏହିଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରିବୁଲୁଛି । ଏହି ହୃଦୟ ବିଦାରକ ଦୃଶ୍ୟ ଉତ୍ତରପ୍ରଦେଶର ଆଗ୍ରାରୁ ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ ଅତି ନିର୍ମମ ଭାବେ ପିଟୁଥିବାର ଦେଖିବାକୁ ମିଳିଛି ।ଏହି ଭିଡ଼ିଓରେ ଜଣେ ସ୍ୱାମୀ ନିଜ ପତ୍ନୀକୁ ଖୁଣ୍ଟରେ ବାନ୍ଧି ପିଟୁଛି । ମନ ନଭରିବାରୁ ଶେଷରେ ସ୍ତ୍ରୀର ଚୁଟିକୁ ଧରି ଘୋଷାରି ଘୋଷାରି ନେଉଥିବା ଦେଖିବାକୁ ମିଳିଛି।
ସୂଚନାନୁଯାୟୀ ସ୍ୱାମୀ ନିତିଦିନିଆ ନିର୍ଯାତନାକୁ ସହିନପାରି ମହିଳାଜଣକ ଥାନାରେ ଅଭିଯୋଗ କରିଥିଲେ । ତେବେ ଏଥିରେ ସ୍ୱାମୀ ରାଗିଯାଇ ସମସ୍ତଙ୍କ ସାମ୍ନାରେ ସ୍ତ୍ରୀକୁ ଖୁଣ୍ଟରେ ବାନ୍ଧି ନିର୍ମମଭାବେ ପିଟୁଥିଲା । ଭିଡ଼ିଓ ଭାଇରାଲ ପରେ ପୋଲିସ ତୁରନ୍ତ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିବା ପାଇଁ ଘଟଣାସ୍ଥଳରେ ପହଁଚିଥିଲା। ହେଲେ ସ୍ୱାମୀ ଫେରାର ହୋଇଯାଇଥିଲା । ତେବେ ଏହି ଘଟଣା ସିକନ୍ଦର ପୋଲିସ ଷ୍ଟେସନ ଅଞ୍ଚଳର ବୋଲି ଜଣାପଡ଼ିଛି ।
ଦେଖନ୍ତୁ ଭିଡ଼ିଓ :