ସଂସ୍କାର : ବଲିଉଡ଼ ଅଭିନେତା ବାବୁସାନଙ୍କ ପରିବାର ବିବାଦରେ ମୁହଁ ଖୋଲିଛନ୍ତି ଅଭିନେତା ମନୋଜ ମିଶ୍ର । ସେ କହିଛନ୍ତି ଯେ, ଆମେ ଓଡ଼ିଆ ସିନେମା ବିଷୟରେ ଚର୍ଚ୍ଚା ହେଉ। ସେମାନଙ୍କର ବ୍ୟକ୍ତିଗତ ଓ ପରିବାର ସମସ୍ୟା ବିଷୟରେ ଚର୍ଚ୍ଚା ନକରାଯାଉ । ମୁଁ ହାତ ଯୋଡ଼ି ଅନୁରୋଧ କରୁଛି , ଯାହା ହୋଇଛି, ତାକୁ ସେମାନେ ନିଜ ଭିତରେ ସମାଧାନ କରିବେ । କିନ୍ତୁ ସେ ଭିତରୁ ଯିଏ ଜଣେ ଅଛନ୍ତି ଆମ ଓଡ଼ିଆ ସିନେମାର ବହୁତ ଟ୍ୟାଲେଣ୍ଟ, ବାବୁସାନ ।
ତାଙ୍କର ନିକଟରେ ଗୋଟେ ଟ୍ରେଲର ଆସିଥିଲା ଦମନ, ମୁଁ ଭାବୁଥିଲି ନୁହେଁ ଏବେ ବି ଭାବୁଛି ଏହି ସିନେମାଠାରୁ ଆମ ଓଡ଼ିଆ ସିନେମା ପୁଣି ଆରମ୍ଭ ହେବ ବୋଲି । ତେଣୁ ଦୟାକରି ଆପଣମାନେ ଏବେ ତାଙ୍କୁ ତାଙ୍କ ସ୍ଥାନରେ ଓ ପରିସ୍ଥିତିରେ ଛାଡ଼ିଦିଅନ୍ତୁ । ୩ ଦିନ ତଳେ ଜାତୀୟ ପୁରସ୍କାର ଘୋଷଣା ହେଲା କିନ୍ତୁ କୌଣସି ମିଡ଼ିଆରେ କେହି ପ୍ରଶ୍ନ କଲେ ନାହିଁ ଯେ ଆମ ଓଡ଼ିଆ ସିନେମା କାହିଁକି ବେଷ୍ଟ ସିନେମା ଆୱାର୍ଡ ପାଇଁ ନାହିଁ ବୋଲି । ଦୟାକରି ଓଡ଼ିଆ ସିନେମାକୁ କିଭଳି ଜାତୀୟ ଦରବାରରେ ସଫଳତା ମିଳିବ ସେ ନେଇ ଆପଣଙ୍କ ସପୋର୍ଟ ଆବଶ୍ୟକ ।
ବାବୁସାନଙ୍କର ନ୍ୟାସନାଲ ଲେବଲର ଟାଲେଣ୍ଟ ଅଛି । ସେ ଯେଭଳି ଭାବରେ ଡିପ୍ରେସନରେ ନଯାଆନ୍ତୁ । ତାଙ୍କ ଫିଲ୍ମକୁ ସପୋର୍ଟ କରନ୍ତୁ । ଯାହା ହୋଇଛି ତାହା ତାଙ୍କର ବ୍ୟକ୍ତିଗତ କଥା ।, ଦୟାକରି ବ୍ୟକ୍ତିଗତ କଥାରେ ନଚର୍ଚ୍ଚା କରି ଆମ ସିନେମାକୁ ସପୋର୍ଟ କରନ୍ତୁ । ଯେତେବେଳେ ମନୋଜଙ୍କର ଜଣେ ବନ୍ଧୁ ଏକ ପେପର ପଠାଇ ତମ ଓଡ଼ିଆ ସିନେମାରେ ଏଭଳି ହେଉଛି କି ବୋଲି ପ୍ରଶ୍ନ କରିଥିଲେ ସେତେବେଳେ ତାଙ୍କୁ ବହୁତ ଆଘାତ ଦେଇଥିଲା । ଏହାପରେ ସେ ବାଧ୍ୟହୋଇ ଭିଡ଼ିଓ ଜାରି କରି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ।