ଛାତ୍ରଙ୍କୁ ବେତରେ ନିର୍ଘାତିଆ ମାଡ଼ ମାରିଲେ ପାଠୁଆ ଶିକ୍ଷକ, ହେଲେ ନିଲମ୍ବିତ

ସଂସ୍କାର : ଦଣ୍ଡମୁକ୍ତ ଅଞ୍ଚଳ ପାଇଁ ସରକାରଙ୍କ ଘୋଷଣା ସତ୍ତ୍ୱେ ଛାତ୍ରଛାତ୍ରୀଙ୍କ ଉପରେ ମାଡ଼ ମାରିବା ଘଟଣା କିନ୍ତୁ ସାମ୍ନାକୁ ଆସୁଛି । ପୁଣିଥରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଏ.ବରିଡ଼ା ଗ୍ରାମରୁୁ ।

ଏହି ଗ୍ରାମର ଶ୍ରୀ ଦଧିବାମନ ନୋଡ଼ାଲ ହାଇସ୍କୁଲର ଗୋପାଳ ମହାରଣା (୫ ବର୍ଷ) ନାମକ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ସାମାନ୍ୟ ଭୁଲ ପାଇଁ ଶିକ୍ଷକ ବେତରେ ନିର୍ଘାତିଆ ମାଡ଼ ମାରି ଲହୁଲୁହାଣ କରିଥିଲେ ।

ଏହି ଘଟଣାକୁ ନେଇ ଗ୍ର୍ରାମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ସଂପୃକ୍ତ ଶିକ୍ଷକ ଚିଚନ ପ୍ରଧାନଙ୍କ ବିରୋଧରେ କଡ଼ା କାର୍ଯାନୁଷ୍ଠାନ ଗ୍ରହଣ ପାଇଁ ଗୋପାଳଙ୍କ ମାଆ ଉର୍ମିଳା ଓ ଅନ୍ୟ ଗ୍ରାମାବାସୀ ଦାବି କରିଥିଲେ ।

ଏହି ଆଧାରରେ ବ୍ଲକ ଶିକ୍ଷାଧିକାରୀ ଆରତିବାଳା ପଟ୍ଟନାୟକ ଓ ଏବିଇଓ ବିଦ୍ୟାଳୟକୁ ଯାଇ ତଦନ୍ତ କରିଥିଲେ । ଘଟଣା ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ ହୋଇଥିଲା । ଅଭିଯୋଗ ସତ ପ୍ରମାଣିତ ହେବା ପରେ ଶିକ୍ଷକ ଚିିଚନଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି । ଜିଲ୍ଲା ଶିକ୍ଷାଧିକାରୀଙ୍କ ନିଦେ୍ର୍ଦଶାନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ଅନ୍ୟପକ୍ଷରେ ଚିଚନ ନିଜ ଭୁଲ ପାଇଁ କ୍ଷମା ମାଗିଛନ୍ତି ।

Leave a Reply

Your email address will not be published. Required fields are marked *