ଏଭଳି ପ୍ରେମକୁ ସତସଲାମ !! ସ୍ୱାମୀ ଗୋଡ଼ ହରାଇବା ପରେ ପାଦ ସାଜିଛନ୍ତି ସ୍ୱପ୍ନାରାଣୀ, ଦେଖନ୍ତୁ ଭିଡ଼ିଓ

ସଂସ୍କାର : କୁହାଯାଏ ପ୍ରେମ ସତ୍ୟ, ଶାଶ୍ୱତ, ଚିରନ୍ତନ। କେହି କେହି ପ୍ରେମକୁ ପାଇବାକୁ କେତେ ଯେ ତ୍ୟାଗ କରନ୍ତି ଆଉ କେହି ସ୍ୱାର୍ଥ ଦେଖନ୍ତି । ଏହାକୁ ସତ କରି ଦେଖେଇଛନ୍ତି ପ୍ରେମିକା ସ୍ୱପ୍ନାରାଣୀ ବାରିକ । ଗତ ୭ ବର୍ଷ ଧରି ସେ ତାଙ୍କ ପ୍ରେମିକ ଜିତେନ୍ଦ୍ର ବାରିକଙ୍କୁ ଭଲ ପାଇଥିଲେ । ୭ ବର୍ଷ ତଳେ ଜଗତସିଂହପୁରର ଏକ ସେଲୁନରେ ରହି କାମ କରୁଥିଲେ ଜିତେନ୍ଦ୍ର । ସେଇଠି ସ୍ୱପ୍ନାରାଣୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା ।

ସେ ସେଲୁନ ଛାଡି ସ୍ଥାନୀୟ ଏକ କମ୍ପାନୀରେ କାମ କରୁଥିଲେ । ଦୁଃର୍ଭାଗ୍ୟବସତଃ ସେ ଆସୁଥିବା ସମୟରେ ଗୋଟେ ଟ୍ରକ ଧକ୍କାରେ ତାଙ୍କ ଗୋଡ କଟିଯାଇଥିଲା । ବଂଚିଥିଲେ ସିନା ହେଲେ ସାରା ଜୀବନ ପାଇଁ ତାଙ୍କ ଦୁଇ ଗୋଡକୁ ହରାଇଲେ । ଏକଥା ସ୍ୱପ୍ନା ଶୁଣି ଭାଙ୍ଗିପଡିଥିଲେ ଏବଂ ହାରିନଯାଇ ଜିତେନ୍ଦ୍ରକୁ ବାହାହେବା ପାଇଁ ମନସ୍ଥ କଲେ ।

ସେ ତାଙ୍କ ଘରେ ତାଙ୍କ ପ୍ରେମ ବିଷୟରେ ଜଣାଇଲେ । ହେଲେ ଦିବ୍ୟାଙ୍ଗ ପୁଅକୁ କେମିତି ଝିଅ ଦେବେ ବୋଲି କହି ବାପା ମା ମନା କରିଦେଇଥିଲେ । ହେଲେ ବାପା ମାଙ୍କ କଥା ନଶୁଣି ସ୍ୱପ୍ନା ଘର ଛାଡି ଚାଲିଆସିଥିଲେ ତାଙ୍କ ପ୍ରେମ ପାଖକୁ।

ସେ ରୂପ, ସୌନ୍ଦଯ୍ୟ ନ ଦେଖି ନିଗାଢ ଭଲପାଇଥିଲେ ଜିତେନ୍ଦ୍ରଙ୍କୁ । ସେଥିପାଇଁ ତାଙ୍କ ନିସ୍ୱାର୍ଥପର ଭଲପାଇବା ପାଇଁ ଜିତେନ୍ଦ୍ରଙ୍କୁ ସେ ମରଣ ମୁହଁରୁ ଫେରି ପାଇଥିଲେ । ଯିଏ ସତରେ ପ୍ରେମ କରିଥିବା, ପ୍ରେମକୁ ନେଇ ବଂଚୁଥିବ , ପ୍ରେମିକଙ୍କୁ ଜୀବନଠୁ ଅଧିକ ଭଲପାଉଥିବ , ପ୍ରେମରେ ପାଇବା, ହରାଇବାର ହିସାବ କରୁନଥିବ ଏ ସାମାନ୍ୟ ଦିବ୍ୟାଙ୍ଗପଣ କିଛି ଫରକ ପଡେନି ।

ସେଇଥିପାଇଁ ଜିଇଁଲେ ଜିଇଁବି, ମରିଲେ ମରିବି ତୋରି ସହ କହି ସେ ସାରା ଜୀବନ ନିଜ ଜୀବନକୁ ସମର୍ପି ଦେଇଥିଲେ ଜିତେନ୍ଦ୍ରଙ୍କ ପାଖରେ ଓ ସାତ ଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ସବୁ ଝିଅ ଚାହାନ୍ତି ସେ ଯାହାକୁ ବାହାହେବ ସେ ଦେଖିବାକୁ ରୂପରେ ସୁନ୍ଦର ହୋଇଥିବା ହେଲେ ସମସ୍ତଙ୍କ ଭୁଲ ଧାରଣା ପୋଛି ସ୍ୱପ୍ନାରାଣୀ ସେ ସବୁ ନଦେଖି ତାଙ୍କ ଭଲପାଇବାକୁ ଦେଖି ସେ ସବୁଦିନ ପାଇଁ ତାଙ୍କ ସହ ବାନ୍ଧି ହୋଇରହିଗଲେ ।

ପ୍ରେମକୁ ନେଇ ଯେତେବେଳେ ପ୍ରତାରଣା,ହତ୍ୟା, ବିଚ୍ଛେଦର କାହାଣି ସାମ୍ନାକୁ ଆସୁଛି ସେତେବେଳେ ଏ ପ୍ରେମୀଯୁଗଳଙ୍କ ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ । ଏଥିରେ ସ୍ୱପ୍ନାରାଣୀଙ୍କ ସାହସ, ତ୍ୟାଗକୁ ମାନିବାକୁ ପଡିବ ।

ବିବାହ ପୂର୍ବରୁ ମଧ୍ୟ ତାଙ୍କୁ ଏ ପରିସ୍ଥିତିରେ ଛାଡିବାକୁ ପଡିଥାନ୍ତା , ତାଙ୍କୁ ଜିତେନ୍ଦ୍ରଙ୍କ ଠାରୁ ଦୂରେଇଯିବା ପାଇଁ ବାହାନା ମିଳିଥାନ୍ତା ହେଲେ ହେଲେ ସ୍ୱପ୍ନାଙ୍କ ଭାବନା ଏ ନିମ୍ନ ଚିନ୍ତାଧାରାଠୁ ଯଥେଷ୍ଟ ଅଧିକା । ଯାହା ତାଙ୍କୁ ଗୋଡ ହରାଇଥିବା ଜିତେନ୍ଦ୍ରଙ୍କୁ ସାହାରା ସଜେଇଲା । ସତରେ ଏହା ଦେଖିଲା ପରେ କେତେ ଆଶ୍ଚର୍ଯ୍ୟ ଲାଗୁଛି । ତାଙ୍କର ଏଭଳି ନିଃଶ୍ୱାର୍ଥପର ପ୍ରେମକୁ ସତସଲାମ ।

Leave a Reply

Your email address will not be published. Required fields are marked *