ଯୌତୁକ ନ ଆଣିବାରୁ ପ୍ରଥମେ ତଲାକ ଓ ପରେ ସ୍ତ୍ରୀକୁ ଘରୁ ବାହାର କଲା ସ୍ୱାମୀ

ସଂସ୍କାର : ଯୌତୁକ ନିର୍ଯାତନାକୁ ନେଇ ଦେଶରେ ଅଭିଯୋଗର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। ଏହି କ୍ରମରେ ଗ୍ରେଟର ନୋଏଡ଼ାରେ ଏକ ତିନି ତଲାକ ମାମଲା ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଦ୍ୱାରା ଗିରଫ କରାଯାଇଛି।

ଅଭିଯୁକ୍ତ ଜଣକ ଯୌତୁକ ମାଗୁଥିଲା । ଯୌତୁକ ନ ଆଣିବାରୁ ସେ ତାର ସ୍ତ୍ରୀକୁ ତିନି ତଲାକ ମାଧ୍ୟମରେ ଘରୁ ବାହାର କରିଦେଇଥିଲା । ଏହାପରେ ମହିଳାଙ୍କ ପିତା ଗ୍ରେଟର ନୋଏଡ଼ା ପୋଲିସ ସହାୟତାରେ ମାମଲା ରୁଜୁ କରିଥିଲେ। ଅଭିଯୋଗ ମୁତାବକ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିଲା।

ନଗଲା ଶରୀଫ ଗ୍ରାମର ତୈୟବଙ୍କ ଝିଅ ସହିତ ରମିଜ ରାଜା ବିବାହ କରିଥିଲେ। କିଛି ଦିନ ବିବାହ ଜୀବନ ଠିକ ଚାଲିଥିଲା । କିନ୍ତୁ ପରେ ଯୌତୁକ ନିର୍ଯାତନା ଆରମ୍ଭ ହୋଇଯାଇଥିଲା । ଗରୀବୀ ଯୋଗୁଁ ତୈୟବ ତାଙ୍କ ଝିଅକୁ ଯୌତୁକ ଦେଇପାରୁନଥିଲେ। ତେଣୁ ଏଥିରେ ରାଜା ତିନି ତଲାକ କହିବା ସହିତ ତାଙ୍କ ଝିଅକୁ ଘରୁ ବାହାର କରିଦେଇଥିଲା ।

Leave a Reply

Your email address will not be published. Required fields are marked *