ଚଳିତ ବର୍ଷ ସ୍ୱାଧୀନତା ଦିବସରେ ହେବନି ପରେଡ୍

ସଂସ୍କାର : ଆଉ ଦିନ କେତୋଟି ଗଲେ ଦେଶ ପାଳିବ ୭୫ ତମ ସ୍ୱାଧୀନତା ଦିବସ। କିନ୍ତୁ କରୋନା ଭାଇରାସକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଗତ ୨୪ ଘଂଟାରେ ୪୮୭ ପଜିଟିଭ ଚିହ୍ନଟ ହୋଇଛନ୍ତି ସେଥିପାଇଁ ସରାକରଙ୍କ ତରଫରୁ ଏକ ବଡ଼ ନିଷ୍ପତି ନିଆଯାଇଛି ।

ସ୍ୱାଧୀନତା ଦିବସ ସାରା ଦେଶରେ ପାଳନ ହେବାକୁ ଯାଉଛି । କିନ୍ତୁ ରାଜ୍ୟରେ ଚଳିତ ବର୍ଷ ପରେଡ ହେବନାହିଁ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଗକୁ ସ୍ୱାଧୀନତା ଦିବସ ଆସୁଥିବାବେଳେ ସେଥିପାଇଁ ପ୍ରସ୍ତୁତି ଏବେଠାରୁ ଆରମ୍ଭ ହୋଇସାରିଲାଣି ।

ଏଥର କୋଭିଡ କଟକଣାରେ ପାଳନ ହେବ । ପ୍ରଦର୍ଶନୀ ପଡିଆରେ ହେବ ପତାକା ଉତୋଳନ । ସ୍ୱାଧୀନତା ଦିବସରେ ରାଜ୍ୟରେ ହେବନି ପରେଡ୍ । ସ୍କୁଲ ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରେ ଭାଗ ନେବେନି କି ଜନ ସମାଗମ ମଧ୍ୟ ହେବନି ।

Leave a Reply

Your email address will not be published. Required fields are marked *