ସଂସ୍କାର : ଆଉ ଦୁଇଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ। ବୁଧବାର ଠାରୁ ୪ ଜିଲ୍ଲାରେ ଭୀଷଣ ବର୍ଷା ହେବ। ବରଗଡ , ସମ୍ବଲପୁର, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ୪ ଜିଲ୍ଲା ପାଇଁ ରେଡ ୱାନିଂ ଜାରି ହୋଇଛି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ।
ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଆଗକୁ ବି ଅଧିକ ବର୍ଷିବ । ଓଡିଶା ଉପକୂଳ ଓ ଉତର ଆନ୍ଧ୍ରପ୍ରଦେଶ ଉପକୂଳ ସଂଲଗ୍ନ ସମୁଦ୍ରରେ ସଦୃଶ ଲଘୁଚାପ କ୍ଷେତ୍ର ରହିଛି । ଆସନ୍ତା ୨୪ ଘଂଟାରେ ଏହା ଡିପ୍ରେସନ ରୂପ ନେବ । ଲଘୁଚାପ ଅଧିକ ବଳୁଆ ହୋଇଥିବାରୁ ମୌସୁମୀ ସକ୍ରିୟ ହୋଇ ରହିଛି । ଏଣୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବାଦଲଫଟା ବର୍ଷା ହୋଇପାରେ ।
ସେହିପରି ସମୁଦ୍ର ଅଶାନ୍ତ ଥିବା କାରଣରୁ ମତ୍ସ୍ୟଜୀବି ମାନଙ୍କୁ ସମୁଦ୍ରଭିତରକୁ ଯିବାକୁ ବାରଣ କରାଯାଇଛି । ଗତ ୨୪ ଘଂଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲା କୁସୁମଗୁଡାଠାରେ ୧୬୧ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ୮ ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।