ସଂସ୍କାର : ଆମ ଦେଶ ପର୍ବ ଏବଂ ବିଶେଷ ଉତ୍ସବ ପାଇଁ ଜଣାଶୁଣା । ଏପରି ଏକ ପର୍ବ ହେଉଛି ରକ୍ଷାବନ୍ଧନ ଯାହାକି ଭାଇ ଓ ଭଉଣୀର ପବିତ୍ର ସମ୍ପର୍କ ପାଇଁ ସମର୍ପିତ। ରକ୍ଷାବନ୍ଧନର ଏହି ପବିତ୍ର ପର୍ବରେ ଭଉଣୀମାନେ ନିଜ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ସୁରକ୍ଷା ବଚନ ମାଗନ୍ତି। ଏଥି ସହିତ, ଭଉଣୀମାନେ ନିଜ ଭାଇମାନଙ୍କ ସୁଖ ଏବଂ ସମୃଦ୍ଧତା ପାଇଁ ଇଚ୍ଛା କରନ୍ତି। ଏଥର ରାକ୍ଷୀ ବନ୍ଧନ ୧୧ ଅଗଷ୍ଟ ୨୦୨୨, ଗୁରୁବାର ଦିନ ପାଳନ କରାଯିବ।
ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଶ୍ରାବଣ ମାସର ଶୁକ୍ଲ ପକ୍ଷ ପୂର୍ଣ୍ଣିମାରେ ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ କରାଯାଏ। ଚଳିତ ବର୍ଷ ଅଗଷ୍ଟ ୧୧ ତାରିଖ ଗୁରୁବାର ଦିନ ସକାଳ ୧୦.୩୮ ରୁ ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ଆରମ୍ଭ ହେବ ଏବଂ ପରଦିନ ଅଗଷ୍ଟ ୧୨ ଶୁକ୍ରବାର ଦିନ ସକାଳ ୭.୦୫ ରେ ଶେଷ ହେବ । ପଣ୍ଡିତମାନେ କହିଛନ୍ତି ଯେ ଏଥର ରକ୍ଷାବନ୍ଧନ ପର୍ବ କେବଳ ଅଗଷ୍ଟ ୧୧ ରେ ପାଳନ କରାଯିବ।
ରାକ୍ଷୀ ବନ୍ଧନର ଶୁଭ ସମୟ :
ଭାଇ ହାତରେ ରାକ୍ଷୀ ବାନ୍ଧିବାର ଶୁଭ ମୁହୁର୍ତ ପଣ୍ଡିତ ମାନେ ପ୍ରକାଶ କରିଛନ୍ତି। ଅଗଷ୍ଟ ୧୧ ରେ ରାକ୍ଷୀ ବନ୍ଧନର ଶୁଭ ମୁହୂର୍ତ୍ତ ସକାଳ ୧୧.୩୭ ରୁ ୧୨.୨୯ ପର୍ଯ୍ୟନ୍ତ ରହିବ। ତା’ପରେ ବିଜୟ ମୁହୂର୍ତ୍ତ ଦିନ ୨.୦୪ ରୁ ୦୩.୦୭ ଟା ପର୍ଯ୍ୟନ୍ତ ରହିବ। ଏହି ସମୟରେ ଆପଣ ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ କରି ପାରିବେ।