ସଂସ୍କାର : ଆପଣଙ୍କୁ ବିଶ୍ୱାସ ହେଉନଥିଲେ ବି ସତ। ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଏବଂ ବିଶ୍ୱାସ ବଳରେ ରାଜସ୍ଥାନର ଚନ୍ଦ୍ରାବତୀ ଦେବୀ ୭୦ବର୍ଷ ବୟସରେ ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ସ୍ୱାମୀ ଗୋପୀଚାନ୍ଦ ଜଣେ ପୂର୍ବତନ ସୈନିକ ଥିଲେ ଏବଂ ସେ ବାଲାଂଦେଶ ଯୁଦ୍ଧ ସମୟରେ ତାଙ୍କ ଗୋଡରେ ଗୁଳି ବାଜିଥିଲା।
ସେ ଦୁଇଜଣ ୫୪ ବର୍ଷ ତଳେ ବିବାହ କରିଥିଲେ। ସେମାନେ ଅନେକ ଉଦ୍ୟମ ସତ୍ୱେ ସନ୍ତାନ ସୁଖ ପାଇପାରିନଥିଲେ। ଶେଷରେ ଡାକ୍ତର ପଙ୍କଜ ଗୁପ୍ତାଙ୍କ ପରାମର୍ଶରେ ସେମାନେ ଆଇଭିଏଫ ମାଧ୍ୟମରେ ଉଦ୍ୟମ କରିଥିଲେ । ଭଗବାନଙ୍କ ଦୟାରୁ ସେ ବର୍ତ୍ତମାନ ମାଆ ଡାକ ଶୁଣିପାରିଛନ୍ତି। ଗୋଟେ ମାଆ ପାଇଁ ତା ସନ୍ତାନ କଣ ହୁଏତ ସେ ମା ହିଁ ଜାଣେ । ଜନନୀ ହେବା ଗୋଟେ ମାଆ ପାଇଁ କେତେ ସୌଭାଗ୍ୟ ।
ଲକ୍ଷେ ଶିବ ପୂଜି ବର ପାଇବା ଭଳି ଭଗବାନ ମଧ୍ୟ ସେ ମାର ଡାକ ଶୁଣି ତା କୋଳକୁ ଦୀର୍ଘ ୫୪ ବର୍ଷ ପରେ ଶିଶୁଟିଏ ଦେଇଛନ୍ତି । ତାଙ୍କ ବଂଶ ରକ୍ଷା ପାଇବା ଖୁସିରେ ସେ ଅତ୍ୟନ୍ତ ଖୁସି । ମାଆ ଏବଂ ଶିଶୁ ସୁସ୍ଥ ଥିବା ଡାକ୍ତର କହିଛନ୍ତି।