ସଂସ୍କାର : ବାବୁସାନ – ପ୍ରକୃତି – ତୃପ୍ତି ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ତେବେ କିଛି ଦିନର ବିରତି ପରେ ପୁଣିଥରେ ଏହି ବିବାଦ ଗଣମାଧ୍ୟମ ସାମ୍ନାକୁ ଆସିଛି। ବର୍ତ୍ତମାନ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର ।
ସେ ଯେଉଁ ଏତଲା ଦେଇଛନ୍ତି ତାହା ଉପରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସେ ହାଇକୋର୍ଟ ଯାଇଥିବା ସୂଚନା ମିଳିଛି । ତାଙ୍କ ଉପରେ ଯେଉଁ ଆକ୍ରମଣ ହୋଇଥିଲା ସେଥିପାଇଁ ଅଭିନେତା ବାବୁଶାନଙ୍କ ପତ୍ନୀ ତୃପ୍ତି ଓ ବାବୁଙ୍କର ଶ୍ୱଶୁରଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ ପ୍ରକୃତି ।
ଜୁଲାଇ ୨୩ତାରିଖରେ ରାସ୍ତା ମଝିରେ ତୃପ୍ତି , ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ମାଡ ମାରିଥିଲେ । ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହୋଇଥିଲା । ସେପଟେ ବାବୁସାନଙ୍କ ସହ ପ୍ରକୃତିର ପ୍ରେମ ସଂପର୍କ ଥିବା ଓ ପ୍ରକୃତି ତାଙ୍କ ପରିବାରକୁ ନଷ୍ଟ କରିଥିବା ଅଭିଯୋଗ ଆଣିଥିଲେ ପତ୍ନୀ ତୃପ୍ତି ।