ଦୀର୍ଘ ଦିନ ଧରି ଶାରୀରିକ ସମ୍ପର୍କ ନରଖିଲେ ହୋଇପାରେ ଏହିସବୁ ରୋଗ, ପଢନ୍ତୁ ରିପୋର୍ଟ କଣ କହୁଛି

ସଂସ୍କାର : ନିକଟରେ ଶାରୀରିକ ସମ୍ବନ୍ଧ ମଣିଷ ଶରୀର ପାଇଁ କେତେ ଆବଶ୍ୟକ ଓ କଣ ରହିଛି ଏହାର ସ୍ୱାସ୍ଥ୍ୟଗତ ଲାଭ,ସମ୍ପର୍କ ରଖିଲେ କଣ ଲାଭ ହୁଏ, ସେହି ବିଷୟରେ ଆଲୋଚନା ହୋଇଥିଲା l ଯେଉଁ ଅଧ୍ୟୟନ ହୋଇଥିଲା ସେଥିରେ ୧୭ ହଜାର ୭୪୪ ଜଣ ଲୋକଙ୍କ ତଥ୍ୟ ନିଆ ଯାଇଥିଲା l ଯେଉଁଥିରେ ରହିଥିଲେ ୧୫.୨ % ପୁରୁଷ ଓ ୨୬.୭ % ମହିଳା। ଯେଉଁମାନେ କି ୧ବର୍ଷ ହେଲାଣି ସେକ୍ସ କରି ନାହାନ୍ତି l

ଆଉ ୮.୭ % ପୁରୁଷ ଓ ୧୭.୫ % ମହିଳା ରହିଥିଲେ ଯେଉଁମାନେ କି ୫ବର୍ଷ ଧରି ଯୌନ ସମ୍ବନ୍ଧ ରଖି ନାହାନ୍ତି। ଏହି ଗବେଷଣାରେ ଜଣା ପଡିଥିଲା ଯେ ଶାରୀରିକ ସମ୍ବନ୍ଧ ମାନସିକ ସ୍ତରରୁ ନେଇ ଶାରୀରିକ ସ୍ତରରେ ମଧ୍ୟ ପ୍ରଭାବ ପକାଇଥାଏ l

ଦୀର୍ଘ ଦିନ ଧରି ଶାରୀରିକ ସମ୍ପର୍କ ନ ରଖିଲେ ହୁଏ ଏହି ସବୁ ରୋଗ :

୧) ମେଣ୍ଟାଲ ଷ୍ଟ୍ରେସ ବଢିପାରେ :

ଯେଉଁ ବ୍ୟକ୍ତି ସ୍ୱାସ୍ଥ୍ୟକର ସମ୍ଭୋଗ ଜୀବନ ଅତିବାହିତ କରି ଥାଆନ୍ତି ସେମାନେ ନିଜକୁ ମେଣ୍ଟାଲ ଷ୍ଟ୍ରେସ ଠାରୁ ଦୁରେଇ ରଖିଥାନ୍ତି l କୋଭିଡ ସମୟରେ ମଧ୍ୟ ଅଧିକାଂଶ ଲୋକ ଏହି ସମସ୍ୟାର ସମୁଖୀନ ହୋଇଥିଲେ l କାରଣ ସେହି ସମୟରେ ଅନେକ ଲୋକ ଏକୁଟିଆ ଜୀବନ ଅତିବାହିତ କରୁଥିଲେ l

୨) ବ୍ଲଡ଼ ପ୍ରେସର ବୃଦ୍ଧି ସମସ୍ୟା :

ରକ୍ତଚାପର ସମ୍ପର୍କ ସିଧା ସଳଖ ସେକ୍ସ ସହିତ ରହିଛି l କିନ୍ତୁ ଯଦି ଷ୍ଟ୍ରେସ ସ୍ତର ବୃଦ୍ଧି ପାଇଥାଏ ତେବେ ଷ୍ଟ୍ରେସ ସହିତ ବିଭିନ୍ନ ସମସ୍ୟା ବୃଦ୍ଧି ପାଇଥାଏ l କାରଣ ଷ୍ଟ୍ରେସ ବଢିଲେ ବ୍ଲଡ଼ ପ୍ରେସର ସମସ୍ୟା ବୃଦ୍ଧି ପାଇଥାଏ l ତେଣୁ ଶାରୀରିକ ସମ୍ବନ୍ଧ ବ୍ଲଡ଼ ପ୍ରେସର ନିୟନ୍ତ୍ରଣ କରିଥାଏ l

୩) ସମ୍ପର୍କରେ ପକାଇଥାଏ କୁପ୍ରଭାବ :

ଗୋଟିଏ ଗବେଷଣା ଅନୁସାରେ, ଯଦି ଶାରୀରିକ ସମ୍ବନ୍ଧ ଠିକ ରହି ନଥାଏ ତେବେ ସମ୍ପର୍କ ରେ ବାଧା ଉପୁଜିଥାଏ l କାରଣ ଫିଜିକାଲ ରିଲେସନ ଦ୍ୱାରା ସମ୍ପର୍କରେ ମଧୁରତା ବୃଦ୍ଧି ପାଇଥାଏ l

୪) ଏଙ୍ଗଜାଇଟି ବୃଦ୍ଧି ହୋଇଥାଏ :

ଶାରୀରିକ ସମ୍ବନ୍ଧ ନରହିବା ଦ୍ୱାରା ଏଙ୍ଗଯାଇଟି ବୃଦ୍ଧି ପାଇଥାଏ l ଏହା ସିଧାସଳଖ କନେକଟେଡ଼ ନହେଲେ ମଧ୍ୟ କିନ୍ତୁ ଗବେଷଣା କହୁଛି ଯେ ନିୟମିତ ଶାରୀରିକ ସମ୍ବନ୍ଧ ଦ୍ୱାରା ହର୍ମୋନ ଠିକ ରହିଥାଏ ଓ ଏଙ୍ଗଜାଇଟି ଦୂର ହୋଇଥାଏ l

Leave a Reply

Your email address will not be published. Required fields are marked *