ସଂସ୍କାର : ମୁମ୍ବାଇର ଅନେ୍ଧରୀଠାରେ ରହୁଥିବା ୨ ପଡ଼ୋଶୀଙ୍କଠାରୁ ନୁ୍ୟଡ କଲ୍ ମାଧ୍ୟମରେ ୩.୬୩ ଲକ୍ଷ ଟଙ୍କା ଠକି ନେଇଥିବା ମାମଲା ସାମ୍ନାକୁ ଆସିଛି। ଅମ୍ବେଲି ପୋଲିସ ଏହି ମାମଲାରେ ଏକ ଏତାଲା ଦାୟର କରିଛି। ତେବେ ୨ ପଡ଼ୋଶୀଙ୍କୁ ଠକିଥିବା ଅଭିଯୁକ୍ତ ଜଣେ ଅଥବା ୨ ଜଣ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପ୍ରଥମ ମାମଲାରେ ଜଣେ ୮୬ ବର୍ଷୀୟ ବୃଦ୍ଧକୁ ଶିକାର କରାଯାଇଥିଲା ।
ଜୁଲାଇ ୨୮ ତାରିଖ ଦ୍ୱିପ୍ରହର ସମୟରେ ବୃଦ୍ଧଙ୍କ ମୋବାଇଲକୁ ଏକ ଅଜଣା ଭିଡ଼ିଓ କଲ ଆସିଥିଲା । ସେ ରିସିଭ କରିବା ପରେ ତାହା ନୁ୍ୟଡ଼ କଲ ଥିଲା ବୋଲି ଜଣାପଡ଼ିଥିଲା । ଅଭିଯୁକ୍ତଜଣକ କଲ ଉଠାଇବା ସମୟରେ ହିଁ ଫଟୋ ଉଠାଇଦେଇଥିଲା ଓ ବ୍ଲାକମେଲ କରିବା ଆରମ୍ଭ କରିଦେଲା । ପ୍ରାୟ ଏକ ମାସ ଧରି ଏଭଳି ଚାଲିଲା।
ଏମିତିକି ସୋସିଆଲ ମିଡ଼ିଆରେ ଏହି ଫଟୋ ଛାଡ଼ିବାର ମଧ୍ୟ ଧମକ ଦେଇଥିଲା । ଏହି କଥାରେ ଭୟଭୀତ ହୋଇ ଅଭିଯୁକ୍ତକୁ ଟଙ୍କା ଦେଇଦେଇଥିଲେ ବୃଦ୍ଧ। ଅଭିଯୁକ୍ତ ଜଣକ ବୃଦ୍ଧଙ୍କୁ ୨ଟି ଆକାଉଣ୍ଟ ଦେଇଥିଲେ ଓ ୨.୨୯ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ।
ଏବେ ଏହାକୁ ନେଇ ମାମଲା ରୁଜୁ ହୋଇଛି। ତଦନ୍ତ ସମୟରେ ବୃଦ୍ଧଙ୍କ ପଡ଼ୋଶୀ ମଧ୍ୟ ସମାନ ଭାବେ ଠକେଇର ଶିକାର ହୋଇଛନ୍ତି। ତାଙ୍କ ନିକଟକୁ ମଧ୍ୟ ଅଜଣା ଭିଡ଼ିଓ କଲ ଆସିଥିଲା ଓ ସେ ଏହାପରେ ଡିଜିଟାଲ ୱାଲେଟରୁ ୬୪ ହଜାର ଟଙ୍କା ଦେଇଥିଲେ ।