ପରକୀୟା ପ୍ରୀତିର କରୁଣ ପରିଣତି : ନିଜ ପୁଅକୁ ଛାଡ଼ି ପ୍ରେମିକ ସହ ପଳାଇଲା ମାଆ

ସଂସ୍କାର : ପରକୀୟା ପ୍ରୀତିରେ ଉବୁଟୁବୁ ହୋଇ ଜଣେ ମହିଳା ୯ବର୍ଷର ଶିଶୁପୁତ୍ରକୁ ଛାଡ଼ି ପଳାଇଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ମହିଳାଙ୍କ ସ୍ୱାମୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଁ ଓ ମୋର ୯ ବର୍ଷର ପୁଅ ମାନସିକ ଚାପରେ ଅଛୁ । ଆମକୁ କାହିଁକି ବଞ୍ଚିବାକୁ ଦେଉନାହିଁ ।

ତୁ ଯଦି ଅନ୍ୟ କାହା ସହିତ ଗଲୁ ଯାଆ, ତୋତେ ତୋ ଜୀବନର ନିଷ୍ପତ୍ତି ନେବାର ଅଧିକାର ରହିଛି ହେଲେ ଥାନାକୁ କ’ଣ ପାଇଁ ଆମକୁ ଟାଣୁଛି । ତେଣୁ ମୋତେ ନ୍ୟାୟ ଦରକାର । ବିବାହ କରି ଉକ୍ତ ଯୁବକଙ୍କ ସ୍ତ୍ରୀ କିଛି ମାସ ତଳେ ଅନ୍ୟ ପୁରୁଷ ସହିତ ପଳାଇଥିଲେ । ପରେ ମହିଳା ଜଣକ ଉକ୍ତ ଯୁବକ ଓ ପରିବାର ସଦସ୍ୟଙ୍କ ନାଁରେ ମହିଳା ଥାନା ଓ ମହିଳା କମିଶନଙ୍କ ନିକଟରେ ଏତଲା ଦେଇଛନ୍ତି ।

ପୋଲିସ ଉକ୍ତ ଯୁବକ ଓ ତାଙ୍କ ପରିବାରକୁ ବାରମ୍ବାର ଥାନାକୁ ଡାକି ପଚରାଉଚୁରା କରୁଛି । ଥାନାକୁ ବାରମ୍ବାର ଦୈାଡ଼ିବା ପରେ କ୍ଷୋଭ ପ୍ରକାଶ କରିଛନ୍ତି ବ୍ୟକ୍ତି ଜଣକ। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ।

ଭୁବନେଶ୍ୱରର ପ୍ରବୀଣ କୁମାର ମହାପାତ୍ରଙ୍କ ସ୍ତ୍ରୀ କିଛି ମାସ ତଳେ ତାଙ୍କୁ ଓ ତାଙ୍କ ୯ ବର୍ଷର ପୁଅକୁ ଛାଡ଼ି ପ୍ରେମିକ ସହ ଫେରାର ହୋଇଯାଇଛନ୍ତି । ପତ୍ନୀଙ୍କ ବିନା ସେ ଓ ପୁଅ ଓ ପରିବାର ଲୋକଙ୍କ ସହ ରହୁଛନ୍ତି । ଘରୁ ଯିବା ପରେ ହିଁ ପତ୍ନୀ ତାଙ୍କ ନାମରେ ଏତଲା ଦେଇଥିଲେ। ଫଳରେ ତାଙ୍କୁ ବାରମ୍ବାରର ଥାନାକୁ ଦୌଡ଼ିବାକୁ ପଡ଼ୁଛି। ହେଲେ ଅଭିଯୋଗ କରିଥିବା ପତ୍ନୀ କିନ୍ତୁ ଥାନାକୁ ଆସୁନାହାନ୍ତି।

ବାରମ୍ବାର ଥାନାକୁ ଯାଇ ମାନସିକ ନିର୍ଯାତନାର ଶିକାର ହେଉଥିବା ପ୍ରବୀଣ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦ କରି ନ୍ୟାୟ ପାଇବା ଯାଏଁ ଥାନା ଆଗରେ ଧାରଣା ଦେବାକୁ ପ୍ରବୀଣ ଓ ତାଭ୍କ ସମ୍ପର୍କୀୟ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *