ପ୍ରେମ ଜାଲରେ ଫସାଇ ଦ୍ଵାଦଶ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କଲା ଯୁବକ..

husband raped the girl in the room, wife kept guarding outside in rampur

ସଂସ୍କାର : ଉତ୍ତରପ୍ରଦେଶର ହରଦୋଇରେ ଇଣ୍ଟର ମିଡ଼ିଏଟର ଜଣେ ଛାତ୍ର ଜଣେ ଯୁବକର ଧର୍ମ ଗୋପନ ରଖି ପ୍ରଥମେ ବନ୍ଧୁତ୍ୱ ସ୍ଥାପନ କରିବା ଓ ପରେ ବଳାତ୍କାର କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ଜଣକ ସେ କଲେଜ ଯାଉଥିବା ସମୟରେ ପ୍ରଥମେ ରାସ୍ତା ଅଟକାଇଥିଲା ଓ ପୁଣି ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲା ।

ଛାତ୍ରୀ ଜଣକ ଏ ସମ୍ପକୟରେ ପରିବାର ଲୋକଙ୍କୁ କହିଥିଲେ। ଏହାପରେ ଛାତ୍ରୀଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଯୁବକ ବିରୋଧରେ ମାମଲା ରୁଜୁ କରିଥିଲା। ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି। ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଛି।

ସୁଚନାନୁସାରେ ରୁଜୁ କରାଯାଇଥିବା ମାମଲାରେ କୁହାଯାଇଛି ଯେ, ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ସହିତ ରଜ୍ଜାକ ନାମକ ଜଣେ ଅଭିଯୁକ୍ତ ପ୍ରଥମେ ପ୍ରିନ୍ସ ମିଶ୍ରା ନାମରେ ବନ୍ଧୁତା କରିଥିଲା । ଏହାପରେ ବଳାତ୍କାର କରିଥିଲା । ଏହାରି ମଧ୍ୟରେ ପୀଡ଼ିତା ଜଣକ ରଜ୍ଜାକର ସତ୍ୟତା ବିଷୟରେ ଜାଣିପାରିଥିଲେ। ଏହା ଜାଣିପାରି ଅଭିଯୁକ୍ତ ଜଣକ ଛାତ୍ରୀ ସ୍କୁଲ ଯାଉଥିବା ସମୟରେ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲା।

Leave a Reply

Your email address will not be published. Required fields are marked *