ରୁଟି ନଦେବାରୁ ରିକ୍ସା ଚାଳକଙ୍କୁ ହତ୍ୟା କଲା ୨୬ ବର୍ଷର ଯୁବକ…

ସଂସ୍କାର : ରାଜଧାନୀ ଦିଲ୍ଲୀର କରୋଲ ବାଗ ଇଲାକାରେ ଏକ ସମ୍ବେଦନଶୀଳ ଘଟଣା ଘଟିଥିବା ନଜର ଆସିଛି। ରୁଟି ନଦେବାରୁ ଜଣେ ରିକ୍ସା ଚାଳକକୁ ନିର୍ମମ ଭାବେ ହତ୍ୟା କରିଛି ୨୬ ବର୍ଷର ଯୁବକ। ଅଭିଯୁକ୍ତ ଜଣକ କୁଡ଼ା ବିନିତା ବୋଲି ଜଣାପଡ଼ିଛି। ଏହି ହତ୍ୟାକାଣ୍ଡର ତଦନ୍ତ ସମୟରେ ପାଖାପାଖି ୨୦୦ ଶ୍ରମିକ ଓ ବାସଚୁ୍ୟତ ଲୋକମାନଙ୍କୁ ପଚରାଉଚୁରା କରାଯାଇଥିଲା।

ପୋଲିସର ସୂଚନାନୁଯାୟୀ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ ଛୁରୀରେ ଆକ୍ରମଣ କରାଯାଇଥିଲା। ଉଦ୍ଧାର ପରେ ତାକୁ ରାମ ମନୋହର ଲୋହିୟା ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ମୃତକ ଜଣକ ମଧ୍ୟପ୍ରଦେଶର ମୁତ୍ରା ବୋଲି ଜଣାପଡ଼ିଛି,ଯିଏ ରିକ୍ସା ଚଳାଇ ନିଜ ପେଟ ପୋଷୁଥିଲେ।

ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ ଶନିବାର ରାତି ପ୍ରାୟ ୧୦ଘଟିକା ସମୟରେ ଆଚାର୍ଯ୍ୟ ସମାଜ ରୋଡ଼ସ୍ଥିତ ଫୁଟପାଥରେ ମୁତ୍ରା ବସିଥିଲେ ଓ ଏହିସମୟରେ ଜଣେ ନିଶାଶକ୍ତ ବ୍ୟକ୍ତି ଆସି ତାଙ୍କୁ ରୁଟି ମାଗିଥିଲେ । ମୁତ୍ରା ରୁଟି ଦେବାକୁ ମନା କରିବାରୁ ତାଙ୍କୁ ଛୁରି ଭୂସି ହତ୍ୟା କରିଥିଲା ଯୁବକ।

Leave a Reply

Your email address will not be published. Required fields are marked *