ସଡ଼କ ଦୁର୍ଘଟଣାରେ ଚାଲିଗଲା ୫ ଜଣଙ୍କ ଜୀବନ, ଜାଣନ୍ତୁ କେଉଁଠି ହୋଇଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ସଂସ୍କାର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାଲିଗଲା ୫ ଜଣଙ୍କ ଜୀବନ। ଏକ ଯାତ୍ରୀବାହୀ ଅଟୋକୁ କୋଇଲା ବୁଝେଇ ଟ୍ରକ୍ ଚାପିଦେଲା । ଏହି ଦୁଃଖଦ ଘଟଣା ଘଟିଛି କାମାକ୍ଷାନଗର ଦେଇ ଯାଇଥିବା NH-53 ପଥରଖମ୍ବ ଛକ ନିକଟରେ।

ଗତକାଲି ଭୋର ପ୍ରାୟ ୫ଟା ସମୟରେ ଘଟିଛି ଏହି ଅଘଟଣ। ମହୁଲ ଟୋଲ ପେଶିବାକୁ ମୁକ୍ତାପଶି ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା । ସମସ୍ତ ମୃତକ ସ୍ଥାନୀୟ ବାଙ୍ଗୁରା ଗାଁର ବୋଲି ସୂଚନା ରହିଛି । ଦୁର୍ଘଟଣା ପରେ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି ।

ସେପଟେ ସ୍ଥାନୀୟ ଲୋକେ ଟ୍ରକଟିକୁ ଅଟକ ରଖି ରାସ୍ତା ଅବରୋଧ କରିଥିଲେ। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *