ସଂସ୍କାର : ଯୈାତୁକ ଏକ କୁପ୍ରଥା ସମସ୍ତେ ଜାଣିକି ମଧ୍ୟ ସେ ଭୁଲ କରୁଛନ୍ତି । ଯେତେ ସଚେତନ ହେଲେ ମଧ୍ୟ ଏହାର ରୋକ ଲଗାଇ ହେଉନାହିଁ। ୟୁପି ଓ ବିହାରରରେ ମଧ୍ୟ ଯୈାତୁକ ଅଭ୍ୟାସ ଜୋରଦାର ଚାଲିଛି । ଯାହାର ପୁଅ ଯେତେ ପାଠ ପଢିଛି ଓ ଚାକିରି ଭଲ କରିଛି ,ଝିଅର ପରିବାର ସେତେ ଉଚ୍ଚା ମୂଲ୍ୟ ଦେଇ ଜ୍ବାଇଁକୁ ନିଜର କରିବ । ପୁଅକୁ ନିଲାମ କରାଯାଏ ସେଠି । ଏଭଳି ନିତିରୀତି ପାଳନ କଲାବେଳେ କାହା ସମ୍ମାନ ହାନି ହୁଏନି କି କେହି ଲଜ୍ଜିତ ହୁଅନ୍ତି ନାହିଁ । ପୁଅକୁ ନେଇ ଯେତେ ଅଧିକ ମୁଲ୍ୟ ନିର୍ଦ୍ଦାରିତ ହେବ ସେମାନେ ସେତେ ନିଜକୁ ଉଚ୍ଚା ଭାବନ୍ତି।
ବିହାରର ମଧୁବନରେ ୭୦୦ ବର୍ଷ ପୂର୍ବେ ଏକ ବର ବଜାର ବସୁଥିଲା । ଏଠାକୁ ପ୍ରତ୍ୟେକ ଜାତି ଓ ଧର୍ମର ଲୋକମାନେ ଆସୁଥିଲେ । ନିଜ ପସନ୍ଦର ବର ବାଛୁଥିଲେ। ଯିଏ ଯେତେ ନିଲାମ ଧରୁଥିଲା ସେ ବର ତାର ହୋଉଥିଲା । ଏଭଳି ପରମ୍ପରାକୁ ସେତେବେଳେ ସୌରାଷ୍ଟ୍ର ସଭା କୁହାଯାଉଥିଲା । କିନ୍ତୁ ଆଶ୍ୱର୍ଯ୍ୟର କଥା କି ସେତେବେଳେ ଯାହା ପରମ୍ପରା ଚାଲୁଥିଲା ଏବେ ବି ତାହା ଅଛି । ସେଠି ବରମାନଙ୍କଠୁ ସର୍ବୋତମ ବର କନ୍ୟା ବାଛନ୍ତି ।
ଉପଯୁକ୍ତ ଜନ୍ମପ୍ରମାଣପତ୍ର, ତାଙ୍କର ଯୋଗ୍ୟତା ଦେଖି ବରକୁ ବାହା ହୁଅନ୍ତି । କୁହାଯାଏ ଏହି ସୌରାଷ୍ଟ୍ର ସଭା କର୍ଣ୍ଣାଟକ ରାଜବଂଶର ରାଜା ହରି ସିଂହଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ଏହାର ଉଦ୍ଦେଶ୍ୟ ବିଭିନ୍ନ ଗୋତ୍ରରେ ବିବାହ ସହିତ ଯୈାତୁକ ମୁକ୍ତ ବିବାହ କରେଇବା । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଯଦି ସାତ ପିଢିର ରକ୍ତସମ୍ପର୍କ ମିଶେ ତେବେ ବାହାଘର ପାଇଁ ଅନୁମତି ଦିଆଯାଏନାହିଁ । ଏହି ପରମ୍ପରା ୭୦୦ ବର୍ଷ ତଲେ ଆରମ୍ଭ ହୋଇଥିଲା ମାତ୍ର ଏହାକୁ ଏବେ ବିକୃତ ଢଙ୍ଗରେ ଏ ମଣିଷ କରାଇଦେଇଛି ସାମାନ୍ୟ ଯୈାତୁକ ପାଇଁ ।