ଜେଲରୁ ବାହାରିଲେ ଅର୍ଦ୍ଧେନ୍ଦୁ ଦାସ, ବର୍ତ୍ତମାନ ନେବେ ଏହି ବଡ଼ ପଦକ୍ଷେପ.. ଦେଖନ୍ତୁ ଭିଡ଼ିଓ

ସଂସ୍କାର : ପାଖାପାଖି ଦୁଇ ମାସ ପରେ ଜେଲରୁ ମୁକୁଳିଛନ୍ତି ବଡ ଖବର ନ୍ୟୁଜ୍ ଚ୍ୟାନେଲର ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ । ଦୁଇଦିନ ତଳେ ତାଙ୍କୁ ଜାମିନ ମିଳିଥିବା ବେଳେ ସେ ଗତକାଲି ଝାରପଡା ଜେଲରୁ ବାହାରିଛନ୍ତି । ସୂଚନାଯୋଗ୍ୟ କି ଅର୍ଦ୍ଧେନ୍ଦୁଙ୍କ ନାଁରେ ୨ ମାସ ପୂର୍ବରୁ ୧ କୋଟି ଟଙ୍କାର ଠକେଇ ମାମଲା ରହିଥିଲା ।

ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ପାଖରୁ ସେ ନିଜ ଚ୍ୟାନେଲ ପାଇଁ କୋଟିଏ ଟଙ୍କାର ଜିନିଷ କିଣିଥିଲେ, ମାତ୍ର ଏହାକୁ ସେ ପରେ ଶୁଝି ଦେବେ ବୋଲି କହି ଶୁଝି ନଥିଲେ ଯାହାଫଳରେ ବ୍ୟବସାୟୀ ଜଣଙ୍କ EOW ରେ ଅଭିଯୋଗ କରିଥିଲେ ।

ଏହାର ତଦନ୍ତ କରି କ୍ରାଇମବ୍ରାଂଚ ଅର୍ଦ୍ଧେନ୍ଦୁଙ୍କୁ ନୟାଗଡ ଜିଲ୍ଲା ଓଡଗାଁରୁ ଉଠାଇନେଇ ଜେରା କରିବା ପରେ ଗିରଫ କରିଥିଲା । ସେ ଜେଲରୁ ବାହାରି ପରେ କହିଛନ୍ତି ସାରା ଓଡିଶା ବାସୀଙ୍କ ଭଲ ପାଇବା ପାଇଁ ମୁଁ ଆଜି ଜାମିନ ପାଇଛି। ଯୁଗେ ଯୁଗେ ସତ୍ୟ ଓ ଧର୍ମର ଜୟ ହୋଇଛି ଯାହା ଫଳରେ ମୁଁ ଆଜି ଆପଣମାନଙ୍କ ପାଖରେ। ମୁଁ ବର୍ତ୍ତମାନ କାହାକୁ କିଛି କହିବି ନାହିଁ, ଯାହା କହିବି ସେ ପ୍ରଭୁ ଜଗନ୍ନାଥଙ୍କୁ କହିବି। ଜୟ ଜଗନ୍ନାଥ…

ଦେଖନ୍ତୁ ଭିଡ଼ିଓ :

Leave a Reply

Your email address will not be published. Required fields are marked *