ଅନୁଭବଙ୍କ ଘର ଛାଡିବେ ବର୍ଷା, କୋର୍ଟ କହିଲେ ଯେତେ ଶୀଘ୍ର ହେବ ଶାଶୁଘର ଛାଡନ୍ତୁ ବର୍ଷା !

ସଂସ୍କାର: ପୁଣି ମୁଣ୍ଡ ଟେକିଛି ବର୍ଷା – ଅନୁଭବ ପାରିବାରିକ ବିବାଦ। ବିଜେଡ଼ି ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ ଆସିଛି ଏକ ବଡ଼ ଟର୍ଣ୍ଣି ପଏଣ୍ଟ। ଯାହା ବର୍ଷାଙ୍କୁ ବର୍ତ୍ତମାନ ଅଡୁଆରେ ପକାଇଛି। ବର୍ଷା ଶାଶୁଘର ଛାଡ଼ିବାକୁ ବର୍ଷା ଶାଶୁଘର ଛାଡ଼ିବାକୁ ଏସଡିଜେଏମ କୋର୍ଟ ଦେଇଥିବା ନିଷ୍ପତ୍ତି କାଏମ ରହିଛି।

ଏ ନେଇ ଜିଲା ଜଜ୍‌ କୋର୍ଟରେ ଚାଲିଥିବା ମାମଲାର ଅନ୍ତ ଘଟାଇଛନ୍ତି କୋର୍ଟ। ଜିଲା ଜଜ୍‌ କୋର୍ଟରେ ବର୍ଷା ଶାଶୁଘର ଛାଡ଼ିବା ଜଣାଇବାରୁ ମାମଲାର ଅନ୍ତ ଘଟାଇଛନ୍ତି କୋର୍ଟ। ମାସକ ମଧ୍ୟରେ ଶାଶୁଘର ଛାଡ଼ିବାକୁ କୋର୍ଟରେ ଜଣାଇଲେ ବର୍ଷା। ପୂର୍ବରୁ ଏ ନେଇ ଅନୁଭବଙ୍କ ଆବେଦନକୁ ଗ୍ରହଣ କରିଥିଲେ ଏସଡିଜେଏମ।

ବର୍ଷା ଶାଶୁଘର ଛାଡ଼ିବା ନେଇ ଆବେଦନ ଗ୍ରହଣ ହୋଇଥିଲା। ବର୍ଷା ଅନ୍ୟତ୍ର ରହିବା ପାଇଁ ଘରଭଡ଼ା ଦେବାକୁ କହିଥିଲେ କୋର୍ଟ। ମାସିକ ୩୦ହଜାର ଟଙ୍କା ଦେବାକୁ କୋର୍ଟ ନିର୍ଦେଶ ଦେଇଥିଲେ। ଏସଡିଜେଏମଙ୍କ ନିର୍ଦେଶକୁ ଚାଲେଞ୍ଜ କରି ଜିଲା ଜଜ୍‌ କୋର୍ଟ ଯାଇଥିଲେ ବର୍ଷା ପ୍ରିୟଦର୍ଶିନୀ। ମାମଲାର ପ୍ରାରମ୍ଭିକ ଶୁଣାଣି କରି ଜିଲା ଜଜ ସ୍ଥଗିତାଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *