ବଢୁଛି ଚିନ୍ତା : କେବଳ ଭୁବନେଶ୍ୱରରୁ ଆଜି ପୁଣି ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଜୁଲାଇ ୪ ତାରିଖ ଶନିବାର ରାଜ୍ୟରେ ସମୁଦାୟ ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେବଳ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୫୦ ଜଣ । ସବୁଠାରୁ ଚିନ୍ତାର ବିଷୟ ଏହିକି ଯେ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୪୫ ଜଣ । ହେଲେ ୪୫ ଜଣ କରୋନା ପଜିଟିଭରୁ ୩୭ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଥିବାବେଳେ ୮ଟା ରହିଛି ସ୍ଥାନୀୟ ମାମଲା ।

ସୂଚନା ଅନୁଯାୟୀ ହଂସପାଳ, ଚକେଇଶିଆଣୀ, ଲକ୍ଷ୍ମୀସାଗର, ୟୁନିଟ ୪, ଅଶୋକ ନଗର, ବରମୁଣ୍ଡା, ଜଗନ୍ନାଥ ବିହାର, ଓଲ୍ଡ ଟାଉନରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମଂଚେଶ୍ୱର କଳିଙ୍ଗ ବେକରି ପାଖରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାବ୍ୟତୀତ ନୂଆଗାଁରେ ୬ ପଜିଟିଭି ଚିହ୍ନଟ ହୋଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟରେ ଗତକାଲି ୫୬୧ ପଜିଟିଭ ଚିହ୍ନଟ ହୋଇ ରେକର୍ଡ଼ କରିଥିବାବେଳେ ଆଜି ୪୯୫ ନୂଆ ମାମଲା ସାମ୍ନାକୁ ଆସିଛି । ଆଜିରେ ପୁଣି କରୋନାରେ ୫ ଜଣ ମୃତ୍ୟୁ ହୋଇଥିବାବେଳେ ଗଂଜାମରୁ ୩ ଜଣ ଓ ଖୋର୍ଦ୍ଧାରୁ ୨ ଜଣ ଅଛନ୍ତି । 

ସୂଚନାଯୋଗ୍ୟ ଯେ ମୋଟ ଚିହ୍ନଟ ୪୯୫ ଆକ୍ରାନ୍ତଙ୍କ ମଧ୍ୟରୁ  କ୍ୱାରେଣ୍ଟିନ ସେଣ୍ଟରରୁ ୩୫୫ ଓ ୧୪୦ ସ୍ଥାନୀୟ ମାମଲା । ଗଂଜାମ ଜିଲ୍ଲାରୁ ସର୍ବାଧିକ ୨୧୬ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୫୦, ମୟୁରଭଂଜରୁ ୨୮, ନବରଙ୍ଗପୁରରୁ ୧୧, ପୁରୀରୁ ୧୮ ଜଣ, ଜଗତସିଂହପୁରରୁ ୧୨ ଜଣ, ସୁନ୍ଦରଗଡ଼ରୁ ୩୬, ସମ୍ବଲପୁରରୁ ୬, ଗଜପତିରୁ ୭ ଓ ଝାରସୁଗୁଡା ଏବଂ କନ୍ଧମାଳରୁ ୮ ଜଣ ଲେଖାଁଏ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୮,୬୦୧ ଛୁଇଁଲା ବେଳେ ଏଯାବତ୍ କରୋନାରେ ମୃତ୍ୟୁ ସଂଖ୍ୟା ୨୯ ।

Leave a Reply

Your email address will not be published. Required fields are marked *