ଆଜି ଗଣେଶ ଚତୁର୍ଥୀ, ଜାଣନ୍ତୁ ପୂଜାର ଶୁଭ ମୁହୂର୍ତ୍ତ ଆଉ ଚନ୍ଦନ ଚର୍ଚ୍ଚିତ ସମୟ…

ସଂସ୍କାର : ଆଜି ବିଘ୍ନ ବିନାଶକ ଗଣେଶଙ୍କ ପୂଜା । ଆଜିର ଦିନଟି ଗଣେଶଙ୍କ ଲାଗି ସମର୍ପିତ। ଚଳିତବର୍ଷ ବୁଧବାରରେ ଗଣେଶ ପୂଜା ପଡିଥିବାରୁ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖା ଯାଇଛି। କାରଣ ୧୦ ଦିବସୀୟ ଗଣେଶୋତ୍ସବ ବୁଧବାର ଠାରୁ ଆରମ୍ଭ ହେବ। ତେବେ ଗଣପତି ସ୍ଥାପନାର ଶୁଭ ମୂହୁର୍ତ୍ତ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ୩୦ ଅଗଷ୍ଟ ମଧ୍ୟାହ୍ନରୁ ଆରମ୍ଭ ହୋଇଯାଇଛି।

ଏହି ଶୁଭ ମୂହୁର୍ତ୍ତ ୩୧ ଅଗଷ୍ଟ ଅପରାହ୍ନ ୩ଟା ୨୩ ପର୍ଯ୍ୟନ୍ତ ରହିବ। ଏଣୁ ଗଣେଶ ପୂଜାରେ ଗଣପତି ମୂର୍ତ୍ତି ସ୍ଥାପନା ୩୧ ଅଗଷ୍ଚ ଅପରାହ୍ନ ସାଢେ ୩ଟା ବେଳ ପର୍ଯ୍ୟନ୍ତ ବୋଲି କୁହାଯାଇଛି।

କୁହାଯାଏ ଗଣେଶଙ୍କ ଜନ୍ମ ମଧ୍ୟାହ୍ନ ସମୟରେ ହୋଇଥିଲା। ଏଣୁ ଗଣେଶ ପୂଜା ଲାଗି ମଧ୍ୟାହ୍ନ ସମୟକୁ ଉପଯୁକ୍ତ ବିଚାର କରାଯାଏ। ଏଣୁ ମଧ୍ୟାହ୍ନ ଗଣେଷ ପୂଜା ମୂହୁର୍ତ୍ତ ପୂର୍ବାହ୍ନ ୧୧ଟା ୫ ମିନିଟ୍‌ ରୁ ଆରମ୍ଭ ହୋଇ ୧ଘଣ୍ଟା୩୮ ମିନିଟ୍‌ ପର୍ଯ୍ୟନ୍ତ ଅର୍ଥାତ ୨ ଘଣ୍ଟା ୩୩ ମିନିଟ୍‌ ପର୍ଯ୍ୟନ୍ତ ଗଣପତି ପୂଜା ଲାଗି ମୂହୁର୍ତ୍ତ ନିର୍ଦ୍ଧାରିତ ହୋଇଛି। ସେହିପରି ଗଣେଶ ବିସର୍ଜନ ୯ ସେପ୍ଟେମ୍ବର ୨୦୨୨ରୁ ଆରମ୍ଭ ହେବ।

ଚନ୍ଦ୍ର ଦର୍ଶନ ବର୍ଜିତ ସମୟ :

ଏଥର ଚତୁର୍ଥୀ ଦୁଇ ଦିନ ୩୦ ଅଗଷ୍ଟ ମଧ୍ୟାହ୍ନରୁ ୩୧ ଅଗଷ୍ଟ ଅପରାହ୍ନ ୩ଟା ୩୮ ମିନିଟ୍‌ ପର୍ଯ୍ୟନ୍ତ ରହୁଛି। ଏଣୁ ପୂର୍ବଦିନ ଅର୍ଥାତ ୩୦ ଅଗଷ୍ଟ ଅପରାହ୍ନ ୩ଟାରୁ ରାତ୍ର ୮ଟା ୪୦ ମିନିଟ ପର୍ଯ୍ୟନ୍ତ ଚନ୍ଦ୍ର ଦର୍ଶନ ବର୍ଜନୀୟ । ସେହିପରି ୩୧ ଅଗଷ୍ଟ ବୁଧବାର ଦିନ ପୂର୍ବାହ୍ନ ୯ଟା ୨୬ ମିନିଟ୍‌ରୁ ରାତ୍ର ୯ଘଣ୍ଟା ୧୧ ମିନିଟ୍‌ ପର୍ଯ୍ୟନ୍ତ ଚନ୍ଦ୍ର ଦର୍ଶନ ବର୍ଜନୀୟ ହେବ।

Leave a Reply

Your email address will not be published. Required fields are marked *