ବିବାଦୀୟ ଟ୍ୱିଟ ପାଇଁ ଗିରଫ ହେଲେ KRK, ଜାଣନ୍ତୁ କଣ ଥିଲା ସେହି ଟୁଇଟ୍..

ସଂସ୍କାର : ଚଳଚିତ୍ର ନିର୍ମାତା ତଥା ଅଭିନେତା କମଲ ଆର ଖାନଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ୨୦୨୦ ରେ ସେ ଏକ ବିବାଦୀୟ ଟ୍ୱିଟ କରିଥିଲେ। ଯାହାର ଅଭିଯୋଗରେ ତାଙ୍କୁ ପୋଲିସ ଗିରଫ କରିଛି । ତାପରେ ତାଙ୍କୁ କୋର୍ଟ ଫରୱାର୍ଡ କରାଯାଇଥିଲା। କୋର୍ଟ ଶୁଣାଣି ପରେ ତାଙ୍କୁ ଜେଲରେ ୧୪ ଦିନ ପାଇଁ ବିଚାର ବିଭାଗ ହାଜତକୁ ପଠାଇଛନ୍ତି ।

ତେବେ କେଆରକେ ଜାମିନ ପାଇଁ ଆବେଦନ କରିଛନ୍ତି। ଗିରଫ ହେବା ପରେ ଡିସିପି ବିଶାଲ ଠାକୁର ଏକ ବିବୃତିରେ କହିଛନ୍ତି କି ଆଇଟି ଆକ୍ଟ ଅନୁଯାଇ KRK ଙ୍କୁ ଗିରଫ କରାଯାଇଛି । ପୋଲିସ ତାଙ୍କୁ ୨୦୨୦ ରୁ ଖୋଜିଆସୁଥିଲା ହେଲେ ସେ ଧରା ଦେଉନଥିଲେ। ମୁମ୍ବାଇ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ଗଣମାଧ୍ୟମକୁ କହିଛନ୍ତି ଡିସିପି ବିଶାଲ ଠାକୁର।

ଡିସିପି ବିଶାଲ ଠାକୁର କହିଛନ୍ତି କମଲ ଆର ଖାନ ଭାରତ ବାହାରେ ଥିଲେ ତେଣୁ ଆମେ ଲୁକ ଆଉଟ ସକୁର୍ଲାର ଜାରି କରିଥିଲୁ । ଗତକାଲି ସେ ଭାରତ ଆସିବା ପରେ ଆମେ ତାଙ୍କୁ ଗିରଫ କରିଥିଲୁ। ପ୍ରାୟ କମଲ ଆର ଖାନ ବିବାଦୀୟ ବୟାନକୁ ନେଇ ସମସ୍ତେ ଚର୍ଚ୍ଚାରେ ରୁହନ୍ତି ।

ସେ ବଲିଉଡର ଆଗଧାଡିର ତାରକା ଓ ବଡ ବଡ ଫିଲ୍ମକୁ ନେଇ ବିବାଦୀୟ ଟ୍ୱିଟ କରନ୍ତି । ଟ୍ୱିଟକୁ ସମୀକ୍ଷା କରି ଅନେକ ସମୟରେ ବିବାଦୀୟ ବିବୃତି ନେଇ ମଧ୍ୟ ଟ୍ରୋଲର ଶିକାର ହୁଅନ୍ତି ।

୨୦୨୦ ମସିହାରେ KRK ଦୁଇ ବଲିଉଡ ଅଭିନେତା ଇରଫାନ ଖାନ ଏବଂ ରଷି କପୁରଙ୍କ ଉପରେ ଆପତଜନକ ମନ୍ତବ୍ୟ ଦେଇଥିଲେ ସେ। ଉଭୟଙ୍କ ମୃତ୍ୟୁ ପରେ KRK କହିଥିଲେ ଯେ କରୋନା ରେ ମୁଁ କିଛିଦିନ ପୂର୍ବରୁ କହିଥିଲି କି କରୋନା ସେ ପର୍ଯ୍ୟନ୍ତ ଯିବନି ଯେ ପର୍ଯ୍ୟନ୍ତ କିଛି ପ୍ରସିଦ୍ଧ ବ୍ୟକ୍ତିଙ୍କୁ ସାଙ୍ଗରେ ନ ନେଇଛି । ଏ ଟ୍ୱିଟ ପରେ ଯୁବ ସେନାର କୋର କମିଟି ଥାନାରେ ଅଭିଯୋଗ କରିଥିଲେ ।

ଏହି ମାମଲାରେ ପୋଲିସ କମଲଙ୍କ ବିରୋଧରେ ଧାରା ୨୯୪ ଅନୁଯାୟୀ ମାମଲା ରୁଜୁ କରିଥିଲା । କେବଳ ସେତିକି ନୁହେଁ ଅମୀର ଖାନ, ସଲମନ ଖାନ ଓ ଅକ୍ଷୟ କୁମାରଙ୍କୁ ମଧ୍ୟ ଖରାପ ଚିତ୍ରିତ କହିଛନ୍ତି ସେ ।

Leave a Reply

Your email address will not be published. Required fields are marked *