୬୭ ତମ ଫିଲ୍ମ ଫେୟାର ଆୱାର୍ଡ : ଜାଣନ୍ତୁ କେଉଁ ମାନେ ପାଇଲେ ଏହି ପୁରସ୍କାର…

ସଂସ୍କାର : ଫିଲ୍ମଫେୟାର ଆୱାର୍ଡକୁ ବଲିଉଡର ସବୁଠୁ ବଡ ପୁରସ୍କାର ଭାବେ ବିବେଚନା କରାଯାଏ। ଫିଲ୍ମ ଫେୟାର ଆୱାର୍ଡ ଆଜି ମୁମ୍ବାଇ ସ୍ଥିତ ଜିଓ ୱାଲର୍ଡ କନଭେନସନ ସେଣ୍ଟରରେ ପ୍ରଦାନ କରାଯାଇଛି । ଏଥିରେ ବଲିଉଡର ପ୍ରଖ୍ୟାତ କଳାକାର, ଗାୟକ, ଗାୟିକା,ପ୍ରଯୋଜିକା ଓ ନିର୍ଦେଶକଙ୍କ ନାମ ଘୋଷଣା କରାଯାଇଛି ।

୬୭ ତମ ଫିଲ୍ମଫେୟାର ଆୱାର୍ଡ ଉତ୍ସବକୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଚଳିତବର୍ଷ ଶେରଶାହ ଫିଲ୍ମକୁ ଶ୍ରେଷ୍ଠ ସିନେମା ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ରଣବୀର ସିଂହଙ୍କୁ ଶ୍ରେଷ୍ଠ ଅଭିନେତା ଓ କୃତୀ ସେନ୍‌ନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ରୂପେ ଘୋଷଣା କରାଯାଇଛି।

ଫିଲ୍ମ ଫେୟାର ପୁରସ୍କାର ୨୦୨୨ :

୧) ଶ୍ରେଷ୍ଠ ସିନେମା : ଶେରଶାହ
୨) ଶ୍ରେଷ୍ଠ ସିନେମା(କ୍ରିଟିକ୍ସ) : ସର୍ଦ୍ଦାର ଉଦ୍ଧମ (ସୁଜିତ ସରକାର)
୩) ସିନେମା (ଲୋକପ୍ରିୟ) : ଶେରଶାହ
୪) ଶ୍ରେଷ୍ଠ ଅଭିନେତା(ଲିଡିଂରୋଲ) : ରଣବୀର ସିଂହ
୫) ଶ୍ରେଷ୍ଠ ଅଭିନେତ୍ରୀ(ଲିଡିଂରୋଲ): କୃତୀ ସେନନ

୬) ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ) : ଭିକି କୌଶଲ(ସର୍ଦ୍ଧାର ଉଦ୍ଧମ)
୭) ଶ୍ରେଷ୍ଠ ଅଭିନେତ୍ରୀ(କ୍ରିଟିକ୍ସ) : ବିଦ୍ୟା ବାଲାନ (ସେରନି)
୮) ଶ୍ରେଷ୍ଠ ଅଭିନେତା (ସପୋର୍ଟିଂ ରୋଲ୍) : ପଙ୍କଜ ତ୍ରିପାଠୀ
୯) ଶ୍ରେଷ୍ଠ ଅଭିନେତ୍ରୀ (ସପୋର୍ଟିଂ ରୋଲ୍) : ସାଇ ତମହାଙ୍କର (ମିମି)

୧୦) ଶ୍ରେଷ୍ଠ ନବାଗତ ଅଭିନେତା : ଇହାନ ଭଟ୍ଟ
୧୧) ଶ୍ରେଷ୍ଠ ନବାଗତ ଅଭିନେତ୍ରୀ : ଶରବରୀ ବାଘ
୧୨) ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ : ବି ପ୍ରାକ୍ (ମନ ଭରିୟା-ଶେରଶାହ)
୧୩) ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା : ଆଶିଷ କୌର- (ରାତାଁ ଲମ୍ବିୟାଁ-ଶେରଶାହ)

୧୪) ଶ୍ରେଷ୍ଠ ଗୀତ : ଲେହେରା ଦୋ- କୌଶର ମୁନୀର – ୮୩
୧୫) ଜୀବନବ୍ୟାପୀ ସାଧନାପୁରସ୍କାର : ସୁଭାଷ ଘାଇ
୧୬) ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା : ବିଜୟ ଗାଙ୍ଗୁଲି (ଚକା ଚକ- ଅତରଙ୍ଗୀ ରେ)
୧୭) ଶ୍ରେଷ୍ଠ ସଂପାଦନା : ଏ ଶେଖଖର ପ୍ରସାଦ (ଶେରଶାହ)

Leave a Reply

Your email address will not be published. Required fields are marked *