ସଂସ୍କାର : ସାରା ବିଶ୍ୱରେ ଦମ୍ପତି ଏବଂ ସେମାନଙ୍କ ସମ୍ପର୍କର ଅନେକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ପ୍ରାୟତଃ ଲୋକମାନେ ଯୌନ ଶକ୍ତି ବୃଦ୍ଧି ଏବଂ ସାଥୀକୁ ଖୁସି କରିବା ପାଇଁ ଭାୟାଗ୍ରା ନେଇଥା’ନ୍ତି। ଇଟାଲୀରୁ ଏହା ସହ ଜଡିତ ଏକ ଆଶ୍ଚର୍ୟ୍ୟଜନକ ମାମଲା ସାମ୍ନାକୁ ଆସିଛି ଯେତେବେଳେ ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ମନା କରିଦେଇଥିଲେ ଏହି ଭାୟାଗ୍ରା ନେବା ପାଇଁ। କ୍ରୋଧିତ ସ୍ୱାମୀ ନିଜ ପତ୍ନୀଙ୍କୁ ହତ୍ୟା କରିଥିଲେ।
ବାସ୍ତବରେ, ଏହି ଘଟଣା ଇଟାଲୀର ଏକ ସହରରୁ ଆସିଛି। ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ରାତିରେ ସ୍ୱାମୀ ଭାୟାଗ୍ରା ସହ ତାଙ୍କ ପତ୍ନୀଙ୍କ ନିକଟରେ ପହଞ୍ଚିଥିଲେ। ପତ୍ନୀ ଭାୟାଗ୍ରା ବିଷୟରେ ଜାଣିବା ମାତ୍ରେ ସେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଦେଇଥିଲେ।
ଏହା ପରେ ସ୍ୱାମୀ କ୍ରୋଧିତ ହେଲେ ଏବଂ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହେଲା, ଏହି ଝଗଡା ଏତେ ମାତ୍ରାରେ ପହଞ୍ଚିଗଲା ଯେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରିଥିଲେ । ରିପୋର୍ଟ ଅନୁଯାୟୀ, ପୁରୁଷଙ୍କ ନାମ ଭିଟୋ କାଙ୍ଗିନି ଏବଂ ତାଙ୍କ ପତ୍ନୀଙ୍କ ନାମ ନାତାଲିଆ କିରିକୋକ।