ଫୁଡ୍ ଡେଲିଭରୀ ବୟ୍ ର ଇମୋସ୍ନାଲ ହାତ ଲେଖା ଚିଠି ହେଉଛି ଭାଇରାଲ୍, “କ୍ଷମା କରିବେ ବାବୁ, ଭୋକ ଲାଗିଲା ଖାଇଦେଲି”

ସଂସ୍କାର : କଳ୍ପନା କରନ୍ତୁ, ଆପଣ ବହୁତ ଭୋକିଲା ଅଛନ୍ତି ଏବଂ ଆପଣଙ୍କ ପେଟ ପୂଜା ପାଇଁ ଅନଲାଇନରେ ଖାଦ୍ୟ ଅର୍ଡର କରିଛନ୍ତି, କିନ୍ତୁ ଚିକେନ୍ ବିରିୟାନି ବଦଳରେ ଖାଲି ହାଡ ପ୍ୟାକେଟରେ ଅଛି। ଏହା ଦେଖିବା ପରେ ଆପଣ କଣ ଭାବିବେ। ହୁଏତ ଆପଣ ହୋଟେଲ ମାଲିକଙ୍କୁ ଫୋନ କଲ୍ କରିବେ ନ ହେଲେ ଡେଲିଭରୀ ବୟ ନାମରେ କିଛି ପଦକ୍ଷେପ ନେବେ।

କିନ୍ତୁ ନିକଟରେ ଏଭଳି ଏକ ଘଟଣା ଭାଇରାଲ୍ ହେଉଛି ଯାହାକୁ ଜାଣିବା ପରେ ଆପଣ ବହୁତ ଇମୋସ୍ନାଲ ହୋଇଯିବେ। କାରଣ ଜଣେ ବ୍ୟକ୍ତି ଖାଇବା ତ ଅନଲାଇନରେ ମଗାଇଥିଲେ , କିନ୍ତୁ ବାଟରେ ଆସିବା ସମୟରେ ଫୁଡ଼ ଡେଲିଭରି ବୟ ସବୁ ଖାଇବା ଖାଇ ଦେଇଛି। ଆଉ ଖାଇବା ପ୍ୟାକେଟରେ କେବଳ ଏକ ଚିଠି ଲେଖି ରଖି ଦେଇଛି।

ବର୍ତ୍ତମାନ ଏହି ହାତ ଲେଖା ଚିଠି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି, ଯାହାକୁ ଉପଭୋକ୍ତାମାନେ ବହୁତ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ ଉପରେ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ଏଭଳି ଏକ ଦୁଃଖଭରା ଚିଠି ଲେଖିଥିଲେ ଅନଲାଇନ ଡେଲିଭରୀ ବୟ । ଗ୍ରାହକ ଜଣେ ଅନଲାଇନରେ ଚିକେନ ୱିଙ୍ଗସ ଅର୍ଡର କରିଥିଲେ । ହେଲେ ଯେତେବେଳେ ପାର୍ସଲ ଖୋଲିଥିଲେ ବକ୍ସ ଭିତରୁ ଦୁଃଖଭରା ଚିଠି ଓ ଚିକେନର ହାଡ ମିଳିଥିଲା । ଯାହାର ଏକ ଭିଡିଓ କରି ସେ ସୋସିଆଲ ମିଡିଆରେ ଛାଡିଥିଲେ ।

ଚିଠିରେ କଣ ଲେଖା ହୋଇଥିଲା ?

ଅଗଷ୍ଟ ମାସରେ ପୋଷ୍ଟ ହୋଇଥିବା ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ 20 ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଡେଲିଭରି ବାଳକ ଚିଠିରେ ଲେଖିଛନ୍ତି ଯେ “ସେ ଏହି ଖାଦ୍ୟ ଖାଇଛନ୍ତି। ଆଉ ଆପଣ ମୋର ଖାଦ୍ୟ ବିଲ୍ ଦେଇଛନ୍ତି। ସେଥିପାଇଁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ। ମୁଁ ବହୁତ ଭାଙ୍ଗି ପଡିଛି ଏବଂ ମୁଁ ମଧ୍ୟ ଏହି ଚାକିରି ଛାଡିବାକୁ ଯାଉଛି। ବେକାରୀ ସମସ୍ୟା କାରଣରୁ ମୁଁ ଏହି କାମ କରୁଛି। ମୋତେ କ୍ଷମା କରିଦେବେ ବାବୁ”।

ତେବେ ବର୍ତ୍ତମାନ ଏହି ଭିଡିଓରେ ଅନେକ ମନ୍ତବ୍ୟ ଆସୁଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ଅପଲୋଡ୍ କରିଥିବା ବ୍ୟକ୍ତି ଲୋକମାନଙ୍କୁ ପଚାରିଥିଲେ ଯେ ସେ ବର୍ତ୍ତମାନ କଣ କରିବେ? ଲୋକମାନେ ଏହି ବିଷୟରେ ଅନେକ ମତାମତ ଦେଉଛନ୍ତି ଏବଂ ଏକରୁ ଅଧିକ ମଜାଳିଆ ପରାମର୍ଶ ସହିତ କମେଣ୍ଟ ବକ୍ସ ଫୁଲ କରୁଛନ୍ତି।

Leave a Reply

Your email address will not be published. Required fields are marked *