୪୬ ପ୍ରତିଶତ ଯୁବକ ଯୁବତୀ ପନୋଗ୍ରାର୍ଫି ଭିଡ଼ିଓ ଦେଖିବାରେ ହୋଇଗଲେଣି ଅଭ୍ୟସ୍ତ : ରିପୋର୍ଟ

ସଂସ୍କାର : ଏକ ଘରୋଇ ଅନୁଷ୍ଠାନର ଏକ ସର୍ବେକ୍ଷଣରେ ଏହା ସାମ୍ନାକୁ ଆସିଛି ଯେ ମୁମ୍ବାଇରେ ପଢୁଥିବା ୧୬ ରୁ ୨୨ ବର୍ଷ ବୟସ୍କ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପନୋଗ୍ରାର୍ଫି ଭିଡ଼ିଓ ବହୁଳ ଭାବରେ ବ୍ୟବହୃତ ହେଉଛି। ରେସକ୍ୟୁ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଚାରିଟେବୁଲ ଟ୍ରଷ୍ଟ (ବେସରକାରୀ ସଂସ୍ଥା)ଙ୍କ ତତ୍ତ୍ୱାବଧାନରେ ଏହି ସର୍ଭେ କରାଯାଇଛି।

ଏହି ସର୍ବେକ୍ଷଣର ମୂଳ ଉଦ୍ଦେଶ୍ୟ ଥିଲା ୧୬ ରୁ ୨୨ ବର୍ଷ ବୟସ ମଧ୍ୟରେ କଲେଜ ଯାଉଥିବା ପିଲାମାନଙ୍କୁ କିପରି ଅଶ୍ଳୀଳତା ପ୍ରଭାବିତ କରେ ତାହା ଖୋଜିବା।

ଏହି ସର୍ଭେ ଏକ ବର୍ଷରେ କରାଯାଇଥିଲା, ଯେଉଁଥିରେ ମୁମ୍ବାଇର ୩୦ ଟି ଇଂରାଜୀ ବିଦ୍ୟାଳୟ ଡିଗ୍ରୀ କଲେଜରେ ନାମ ଲେଖାଇଥିଲେ।

୧) ପ୍ରତିଦିନ ୩୩ ପ୍ରତିଶତ ପୁଅ ଏବଂ ୨୪ ପ୍ରତିଶତ ଝିଅ ସେକ୍ସ ଚାଟିଙ୍ଗ୍ କରନ୍ତି।

୨) ଲକ୍ଷ ଲକ୍ଷ କଲେଜ ପୁଅ ପ୍ରତିଦିନ ନିଜ ଫୋନ୍ ଏବଂ କମ୍ପ୍ୟୁଟରରେ ବଳାତ୍କାର ସମ୍ବନ୍ଧୀୟ ଭିଡିଓ ଦେଖନ୍ତି।

୩) ପ୍ରାୟ ୬୦ ପ୍ରତିଶତ ପୁଅ କହିଛନ୍ତି ଯେ ସେମାନେ ଅଶ୍ଳୀଳ ଭିଡିଓ ଦେଖି ଏସ୍କୋର୍ଟ ସେବା ମଧ୍ୟ ବ୍ୟବହାର କରନ୍ତି। ଅଧିକାଂଶ ପର୍ଣ୍ଣ ସାଇଟରେ ନମ୍ବର ଅଛି ଯେଉଁଠାରୁ ଏସ୍କୋର୍ଟ ସୁବିଧା ବ୍ୟବହାର କରାଯାଇଥାଏ।

୪) ୪୬% ପୁଅ ଶିଶୁ ପର୍ଣ୍ଣ ନିଶାରେ ବୁଡି ରହିଛନ୍ତି। ଯାହାକି ମାନବ ଚାଲାଣକୁ ବୃଦ୍ଧି କରୁଥିବା ଯୁବକ ଯୁବତୀଙ୍କୁ ପ୍ରୋତ୍ସାହିତ କରିଥାଏ ।

୫) ଏହି ସର୍ବେକ୍ଷଣରୁ ବାହାରିଥିବା ଅନ୍ୟ ଏକ ବିଷୟ ହେଉଛି ଯେ ପ୍ରାୟ ୧୦ ପ୍ରତିଶତ କଲେଜ ଯାଉଥିବା ଝିଅମାନେ ପନୋଗ୍ରାର୍ଫି ହେତୁ ଗର୍ଭପାତ କରନ୍ତି।

ତେବେ ଅନେକ ମନୋବିଜ୍ଞାନୀମାନେ କହିଛନ୍ତି ଯେ ଏଥିରୁ ପିଲାମାନଙ୍କୁ ରକ୍ଷା କରିବା ପାଇଁ ଘରର ଲୋକଙ୍କ ପିଲାମାନଙ୍କ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ। ଏହାର କାରଣ ହେଉଛି ଯେତେବେଳେ ପିଲାଟି ଅଧିକାଂଶ ସମୟରେ ଏକୁଟିଆ ରହିବ, ସେ ସମୟରେ ଏପରି ଜିନିଷ ପ୍ରତି ଆକର୍ଷିତ ହୁଅନ୍ତି।

Leave a Reply

Your email address will not be published. Required fields are marked *