ସଂସ୍କାର : ଏସିଆ କପର ଫାଇନାଲ ମ୍ୟାଚରେ ପାକିସ୍ତାନକୁ ହରାଇ ଟାଇଟଲ ଜିତିଲା ଶ୍ରୀଲଙ୍କା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୦ ରନ କରିଥିଲା।
ଶ୍ରୀଲଙ୍କା ପକ୍ଷରୁ ଭାନୁକା ରାଜପକ୍ଷ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୫ ବଲରେ ୭୧ ରନ ସଂଗ୍ରହ କରିଥିଲେ। ସେଥିରେ ୩ ଟି ଛକା ଏବଂ ୬ ଟି ଚୌକା ରହିଛି।
ସେପଟେ ବିଜୟ ପିଛା କରି ପାକିସ୍ତାନ ୨୦ ଓଭରରେ ୧୪୭ ରନ କରିବା ସହ ନିଜର ସମସ୍ତ ୱିକେଟ ହରାଇଛି। ଯାହା ଫଳରେ ଏସିଆ କପ ଟ୍ରଫି ଷଷ୍ଠ ଥର ପାଇଁ ଜିତିଛି ଶ୍ରୀଲଙ୍କା। ଚମତ୍କାର ବୋଲିଂ ସହ ଶ୍ରୀଲଙ୍କା ମ୍ୟାଚକୁ ୨୩ ରନରେ ଜିତି ନେଇଛି ।