ମାର୍ଟିକ ଫେଲ ମନ୍ତ୍ରୀ ନେବେ ଲକ୍ଷେ, ଗ୍ରାଜୁଏଟଙ୍କୁ ମିଳୁନି ଦଶ ହଜାରେ…

ସଂସ୍କାର : ମାଟ୍ରିକ ଫେଲ୍ ମନ୍ତ୍ରୀଙ୍କ ଦରମା ଲକ୍ଷେ ହେଲେ ଗ୍ରାଜୁଏଟ ଖଟୁଛନ୍ତି ୯ ହଜାରରେ ! ଗ୍ରୁପ-ସି ଠିକା କର୍ମଚାରୀଙ୍କ ଦରମା ଯେତେ ତାଠାରୁ ଅଧିକ ଟଙ୍କାର ପେଟ୍ରୋଲ ପଡୁଥିବ ନେତାଙ୍କ ଗାଡିରେ। ବିହାରରେ ପିଅନଙ୍କ ଦରମାଠାରୁ କମ ଓଡିଶାରେ ଠିକାରେ ଥିବା କର୍ମଚାରୀଙ୍କର ଦରମା । ବର୍ଷା ପାଗରେ ଘରେ କିଏ ଚିକେନ ଖାଇ ଶୋଉଛି ତ କିଏ ଘରେ ବସିକି ବର୍ଷା ପାଗର ମଜା ନେଉଥିବେ। ହେଲେ କୋଟି କୋଟି ସଫଳ ବ୍ୟକ୍ତିଙ୍କୁ ଗଢିଥିବା ଶିକ୍ଷକ ଭିଜୁଛନ୍ତି ବର୍ଷାରେ ଓ ନିଜର ହକ ପାଇଁ ଲଢୁଛନ୍ତି ।

୬ ବର୍ଷ ଚୁକ୍ତିଭିତିକ ଚାକିରି ବିରୋଧରେ ଏକାଠି ହୋଇ ସଂଘର୍ଷ କରୁଛନ୍ତି ଠିକା କର୍ମଚାରୀ । ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଆଲୋଚନା ଚାଲିଛି ହେଲେ ସ୍କୁଲରେ ଖଟୁଥିବା ଶିକ୍ଷକଙ୍କ ଦରମା ବୃଦ୍ଧି କରିବା ବୋଧେ ଗନ୍ଧାଉଛି । ଯେଉଁମାନେ ଗୁରୁମାନଙ୍କଠାରୁ ପାଠ ପଢିକି ଆଜିକି ଲକ୍ଷେ ଟଙ୍କାର ଦରମା ପାଉଛନ୍ତି ସେମାନେ ହିଁ ଗୁରୁଙ୍କୁ ହଇରାଣ କରୁଛନ୍ତି। ଗୁରୁମାନଙ୍କୁ ଅଫଦସ୍ତ କରୁଛନ୍ତି । ଏହିମାନେ ହିଁ ବୋଧେ ଭୁଲି ଯାଇଛନ୍ତି ଗୁରୁ ଦକ୍ଷିଣା ଦେବାକୁ। ଓଡିଶାରେ ପଡୋଶୀ ରାଜ୍ୟଗୁଡିକରେ ଏଭଳି ପ୍ରଥା ନାହିଁ, ତେବେ ଓଡିଶାରେ କାହିଁକି? କେବେ ଉଚ୍ଛେଦ ହେବ ଏହି ଠିକା ପ୍ରଥା ?

ସେପଟେ ସରକାର କହୁଛନ୍ତି ଆମ ରାଜ୍ୟ ହେଉଛି ପ୍ରଗତିଶୀଳ। କିନ୍ତୁ ଠିକା ଦେଇ ବୋଧେ ଓଡ଼ିଶା ପ୍ରଗତି କରୁଛି। ନିଜ ଦମରେ କିଛି ବି ସରକାର କରୁନାହାନ୍ତି। କେବେଳ ଠିକା ଠିକାରେ ସଂସ୍ଥା ଚଲାଉଛନ୍ତି। ୬ ବର୍ଷ ଠିକାରେ ରୁହ ଆଉ ତାପରେ କଣ କରାଯିବ ଇଲେକସନ ପାରେ ଚିନ୍ତା କରିବେ ସରକାର। ଏହା ହେଉଛି ନୀତି। ତେବେ ଗୁରୁ ରାଜରାସ୍ତାରେ ବସିବା କେତେ ଯୁକ୍ତିଯୁକ୍ତ ଆପଣ କୁହନ୍ତୁ….

Leave a Reply

Your email address will not be published. Required fields are marked *