ସଂସ୍କାର : ଲଘୁଚାପ ପ୍ରଭାବରେ ଓଡିଶାରେ ଉପକୂଳ ଅଂଚଳରେ ବର୍ଷାର ପରିମାଣ ବଢିବ କାରଣ ବାୟୁ ଚଳାଚଳ ପ୍ରବାହ ଅଧିକ ରହୁଛି। ମାଛ ଧରାଳିଙ୍କୁ ମଧ୍ୟ ଆଗାମୀ ୨୪ ଘଂଟା ପାଇଁ ସମୁଦ୍ରକୁ ନ ଯିବାକୁ ବାରଣ କରାଯାଇଛି । ଆଜି ଗଞ୍ଜାମ,ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ,କଟକ, କେନ୍ଦ୍ରାପଡା, ଭଦ୍ରକ ଅଂଚଳରେ ବର୍ଷା ପ୍ରବଳ ହେବ ।
ଗତ ୨୪ ଘଂଟା ମଧ୍ୟରେ ସର୍ବାଧିକ ବର୍ଷା ପୁରୀ ଜିଲ୍ଲାରେ ରେକର୍ଡ ହୋଇଛି । ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ୧୮ ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।
ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା। ୧୬ ଓ ୧୭ ତାରିଖରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ ୧୮ରୁ ପୁଣି ବର୍ଷା ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।