ଘର ଓ ଜମି କିଣା ବର୍ତ୍ତମାନ ହେଲା ସହଜ, ଜାଣନ୍ତୁ କେମିତି , ଦେଖନ୍ତୁ ଭିଡ଼ିଓ…

ସଂସ୍କାର : ସମସ୍ତଙ୍କର ଇଚ୍ଛା ରହିଥାଏ ଯେ, ଦିନେ ସେମାନେ ନିଜର ସ୍ୱପ୍ନର ଘର ତିଆରି କରିବେ ନତୁବା କିଣିବେ। ତେବେ ବର୍ତ୍ତମାନ ଆପଣଙ୍କ ସ୍ୱପ୍ନ ବାସ୍ତବତାର ରୂପ ନେବାକୁ ଆହୁରି ସହଜ ହୋଇଛି। ଘର କିଣିବା କିମ୍ବା ଘର କରିବା ପାଇଁ ଜମି କିଣିବା ମୂଲ୍ୟ ଉପରେ ଟିକସ ଦେବେନି ଗ୍ରାହକ। ଘର ଓ ଜମି କିଣା ସହଜ ହେଲା । ସଂଶୋଧନ ହୋଇଛି ଓରେରା (ORERA) ଆଇନ।

ଆଉ ଚାଲିବନି ବିଲ୍ଡରଙ୍କ ମନମାନି। ନିର୍ମାଣ ଖର୍ଚ୍ଚ ଓ ଟିକସକୁ ମିଶାଇ ଘରର ମୂଲ୍ୟ ଧାର୍ଯ୍ୟ ହେବ। ରିଅଲଷ୍ଟେଟ ସଂସ୍ଥା ଯେମିତି ଗ୍ରାହକଙ୍କୁ ଅତିରିକ୍ତ ଚାର୍ଜ କରି ଟଙ୍କା ନେଇପାରିବେନି ସେଥିପାଇଁ ଓରେରାରେ ବଡ ସଂଶୋଧନ କରାଯାଇଛି । ସଂଶୋଧିତ ନିୟମ ଅନୁଯାୟୀ ଏଣିକି ରିଅଲଷ୍ଟେଟ ସଂସ୍ଥା ଘରଜମି କ୍ରେତାଙ୍କ ଠାରୁ ଟିକସ, ଜିଏସଟି ପରି ଟିକସ ନେଇପାରିବେନି। ସେମାନେ ଘରର ମୁୂଲ୍ୟ ବାଦ ଅନ୍ୟାନ୍ୟ ଟିକସ ନେଇପାରିବେନି।

ଆପାର୍ଟମେଂଟରେ ସର୍ବସାଧାରଣ ବ୍ୟବହାର ପାଇଁ ଥିବା ଅଂଚଳଗୁଡିକୁ ପୃଥକ ପୃଥକ କରି ବିକ୍ରି କରାଯାଇ ପାରିବ ନାହିଁ। ଏହାଦ୍ୱାରା ବିଲ୍ଡର ମାନେ ପାର୍କିଂ ଅଂଚଳ ବାବଦକୁ ଯେଉଁ ଅର୍ଥ ନେଉଥିଲେ ତାହା ନେଇ ପାରିବେନାହିଁ । ସମସ୍ତେ ସବୁ ଅଂଚଳକୁ ବ୍ୟବହାର କରିପାରିବେ । ପାର୍କିଂ ଅଂଚଳରେ କୌଣସି କଟକଣା ରହିବ ନାହିଁ । ତେବେ ଏହି ନିୟମକୁ ସମସ୍ତେ ସ୍ୱାଗତ କରିଛନ୍ତି।

ଦେଖନ୍ତୁ ଭିଡ଼ିଓ :

Leave a Reply

Your email address will not be published. Required fields are marked *