ସଂସ୍କାର : ଆଗକୁ ଆସୁଛି ନିର୍ବାଚନ । କେଉଁ ଦଳ ରହିବ ୧ନମ୍ବର । କିଏ ପାଇବ କେମିତି ଆସନ । ସେ ନେଇ କହିଛନ୍ତି ଡଃ.ଦାମୋଦର ରାଉତ । ୨୦୧୯ ନିର୍ବାଚନ ମସିହା ଠାରୁ ୨୦୨୪ ନିର୍ବାଚନ ଆସିବା ବେଳକୁ ନବୀନ ପଟ୍ଟନାୟକଙ୍କ ପ୍ରତିଷ୍ଠା, ଲୋକପ୍ରିୟତା ଆହୁରି ବଢିବ ବୋଲି ଦାମ ବାବୁ କହିଛନ୍ତି।
ଆସନ୍ତା ଲୋକସଭା ନିର୍ବାଚନକୁ ବିଜେପି ଯେଉଁ ୮ ଆସନ ପାଇଥିଲା ତାହା ସେ ପାଇବ ନାହିଁ ଏବଂ ବିଧାନସଭାରେ ଯେଉଁ ୨୩ ଟି ଆସନ ପାଇଥିଲା ତାହା ମଧ୍ୟ କମିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ,ଜାତୀୟ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବିଜେଡି।
ସେପଟେ କଂଗ୍ରେସର ଟାଣୁଆ ନେତା ସୁରେନ୍ଦ୍ର ରାଉତରାୟ କହିଛନ୍ତି ବିଜେପି ଆଗାମୀ ନିର୍ବାଚନକୁ ଆସିବ ନାହିଁ। ୨୦୨୪ ମସିହାର ନିର୍ବାଚନ ଲଢେଇ ବିଜେଡି ଓ କଂଗ୍ରେସ ମଧ୍ୟରେ ହେବ। ଲୋକସଭା ପାଇଁ ୧୦ଟି କଂଗ୍ରେସ ଓ ୧୧ ବିଜେଡି ସିଟ ପାଇବ ଓଡିଶା । ଆଉ ବିଧାନସଭା ପାଇଁ କଂଗ୍ରେସ ୬୦ ରୁ ଉର୍ଦ୍ଧ୍ୱ ବିଧାୟକ ପାଇବ ବୋଲି ସୁର ରାଉତରାୟ କହିଛନ୍ତି।