ସଂସ୍କାର :ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଗତ ବୁଧବାର ପରିବାର ଅଦାଲତରେ ଉଭୟ ବର୍ଷା ଏବଂ ତାଙ୍କ ସ୍ୱାମୀ ସାଂସଦ ଅନୁଭବ ମହାନ୍ତି ହାଜର ହୋଇ ଜରିମାନା ବାବଦକୁ ୫ ହଜାର ଟଙ୍କା ଲେଖାଏଁ ଦାଖଲ କରି ସାରିଛନ୍ତି। ଜରିମାନା ବାବଦ ଅର୍ଥ ଜମା କରିବା ସହ କୋର୍ଟରେ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିବା ନେଇ ବର୍ଷାଙ୍କ ପକ୍ଷରୁ ପୃଥକ ଭାବେ ଏକ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଥିଲା।
ବର୍ଷାଙ୍କୁ ଜେରା ପାଇଁ ଅଦାଲତ ଏକ ଦିନ ସ୍ଥିର କରିବା ପରେ ପୁଣି ଶୁଣାଣି ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସେହିପରି ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ ପରିବାର ଅଦାଲତ ଗତ ଶୁଣାଣିରେ କେତେକ ସର୍ତ ଧାର୍ଯ୍ୟ କରିଥିଲେ ।
ତେବେ ବର୍ଷା ପୂର୍ବଭଳି କୌଣସି ଜାଲିଆତି ଯେମିତି କରିବେ ନାହିଁ , ମିଥ୍ୟା ତଥ୍ୟ ଯେପରି ଦେବେ ନାହିଁ ଏହି ବିଷୟରେ କୋର୍ଟ ତାଙ୍କୁ ତାଗିତ୍ କରିଛନ୍ତି। ଆହୁରି ମଧ୍ୟ ଏହି ମାମଲାର ତ୍ୱରିତ ଶୁଣାଣି ପାଇଁ ବର୍ଷା ଯେମିତି ସହଯୋଗ କରିବେ ,ଅଯଥା ଶୁଣାଣି ଘୁଂଚାଇବା ପାଇଁ ପ୍ରାର୍ଥନା କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।