ଏସିଆ କପ୍ ହାରର ବଦଲା ନେବ ଭାରତ ; ପୁଣିଥରେ ଏହି ତାରିଖରେ କ୍ରିକେଟ ମଇଦାନରେ ମୁହାଁମୁହିଁ ହେବେ ଭାରତ- ପାକିସ୍ତାନ

ସଂସ୍କାର : ନିକଟରେ ସମାପ୍ତ ହୋଇଥିବା ଏସିଆ କପରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ବହୁତ ଖରାପ ରହିଥିଲା। ଦଳ କେବଳ ଲିଗ୍ ରାଉଣ୍ଡରେ ଭଲ ଖେଳିଥିଲେ। କିନ୍ତୁ ସୁପର 4 ରାଉଣ୍ଡରେ ରୋହିତ ବାହିନୀ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ସୁପର 4 ରାଉଣ୍ଡରେ ଦଳ ପ୍ରଥମ ମ୍ୟାଚ ପାକିସ୍ତାନ ଠାରୁ ହାରିଥିଲା। ଆଉ ଦ୍ଵିତୀୟ ମ୍ୟାଚ ଶ୍ରୀଲଙ୍କା ଠାରୁ। କେବଳ ଶେଷ ମ୍ୟାଚ ହିଁ ରୋହିତବାହିନୀ ଆଫଗାନିସ୍ତାନକୁ ହରାଇଥିଲା।

ତେବେ ଏହିସବୁ ମଧ୍ୟରେ ଟିମ୍ ଇଣ୍ଡିଆ ତାର ଚୀର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ପୁଣି ଥରେ ହରାଇବାର ସୁଯୋଗ ପାଇଛି। ଏସିଆ କପର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ହରାଇଥିଲା, କିନ୍ତୁ ସୁପର 4 ରାଉଣ୍ଡରେ ପାକିସ୍ତାନ ଦଳ ଟିମ୍ ଇଣ୍ଡିଆକୁ ହରାଇ ଆତ୍ମା ଶାନ୍ତ କରିଥିଲା। ତେବେ ପୁଣିଥରେ ଭାରତ ପାକିସ୍ତାନ ମ୍ୟାଚ ହେବ ବୋଲି ଶୁଣିବାକୁ ମିଳିଛି।

ଗତବର୍ଷ ଟି-୨୦ ବିଶ୍ୱକପରେ ୟୁଏଇ ଠାରେ ଭାରତକୁ ଅତି ଶୋଚନୀୟ ଭାବରେ ହରାଇ ଦେଇଥିଲା ପାକିସ୍ତାନ। ପାକିସ୍ତାନ ଠାରୁ ହାରିବା ପରେ ଭାରତ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା। ତେବେ, ଖୁବଶୀଘ୍ର ବିଶ୍ୱକପର ବଡ଼ ମଞ୍ଚରେ ପୁଣିଥରେ ମଇଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଏହି ଦୁଇ ପ୍ରତିଦ୍ୱନ୍ଦୀ। ଆଗାମୀ ଅକ୍ଟୋବର ୨୩ ତାରିଖରେ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ମଇଦାନରେ ଭାରତ ପାକିସ୍ତାନକୁ ଭେଟିବାକୁ ଯାଉଛି।

ଏଥିସହିତ ଭାରତ ପାଖରେ ଗତ ଏସିଆ କପ ପରାଜୟର ପ୍ରତିଶୋଧ ନେଵାର ମଧ୍ୟ ଏକ ସୁବର୍ଣ୍ଣ ସୁଯୋଗ ରହିବ। ତେବେ, ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଭାରତ ଏକ ଶକ୍ତିଶାଳୀ ଦଳ ଚୟନ କରିଛି। ଯଦିଓ ଶେଷ ମୁହୂର୍ତ୍ତରେ ରବୀନ୍ଦ୍ର ଜାଡେଜାଙ୍କୁ ଆଘାତ ଲାଗିଥିବାରୁ ତାଙ୍କୁ ଏହି ଦଳରେ ସାମିଲ କରାଯାଇନାହିଁ। କିନ୍ତୁ, ଭାରତର ପ୍ରମୁଖ ବୋଲର ଯଶପ୍ରୀତ ବୁମ୍ରା ଏବଂ ହର୍ଷଲ ପଟେଲ ପୁଣିଥରେ ଦଳକୁ ଫେରିଛନ୍ତି। ବିରାଟ କୋହଲି ମଧ୍ୟ ବର୍ତ୍ତମାନ ନିଜର ପୂର୍ବ ଫର୍ମକୁ ଫେରିଛନ୍ତି। ଯାହା ଏକ ଭଲ ଖବର।

ଅନ୍ୟପକ୍ଷରେ ବିଶ୍ୱକପ ପୂର୍ବରୁ ପାକିସ୍ତାନର ପ୍ରମୁଖ ଅସ୍ତ୍ର ସହିନ ଶାହ ଆଫ୍ରିଦି ମଧ୍ୟ ସୁସ୍ଥ ହୋଇ ଦଳକୁ ଫେରିବେ ବୋଲି କୁହାଯାଉଛି। ପାକିସ୍ତାନ ତରଫରୁ ନସିମ ଶାହ ଏବଂ ହାରିସ୍ ରାଉଫ ମଧ୍ୟ ଚମତ୍କାର ବୋଲିଂ କରୁଛନ୍ତି। ଏଭଳି ପରିସ୍ଥିତିରେ ଆସନ୍ତା ମାସ ୨୩ ତାରିଖରେ ଭାରତର ସୁଦୃଢ଼ ବ୍ୟାଟିଂ ଏବଂ ପାକିସ୍ତାନର ଶାଣିତ ବୋଲିଂ ଲାଇନଅପ୍ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ, ଏଥିରେ ସନ୍ଦେହ ନାହିଁ।

Leave a Reply

Your email address will not be published. Required fields are marked *