ସଂସ୍କାର : ପୁଣି ଦେଖାଦେଲା ରାଜ୍ୟ ସରକାରଙ୍କ ଅବେହଳାର ଚିତ୍ର। ପାଖାପାଖି ୧୫ କିମି ପର୍ଯ୍ୟନ୍ତ ଭାରରେ ବୁହାହେଲେ ପ୍ରସୂତୀ। ଏଭଳି ଏକ ଚିତ୍ର ଆସିଛି କଳାହାଣ୍ଡିରୁ। ବର୍ଷ ବର୍ଷ ଧରି ଆମେ ଏ ଯନ୍ତ୍ରଣା ଭୋଗୀ ଆସୁଛୁ ପ୍ରତିଟି ମାଆଙ୍କର ସରକାରଙ୍କୁ ଏ ପ୍ରଶ୍ନ। ବାସ୍ତବରେ ମାଆଙ୍କୁ ଏ କି ସମ୍ମାନ। ଏ କେବଳ ଗୋଟିଏ ମାଆ ନୁହେଁ ଅନେକ ମାଆଙ୍କୁ ଏମିତି ଯନ୍ତ୍ରଣା ଭୋଗିବାକୁ ପଡୁଛି। ଏ ମାଆଙ୍କ କଷ୍ଟ କଣ ସରକାରଙ୍କୁ ଦେଖା ଯାଉନି। ଏ ମାଆ କଣ ମୋ ସରକାର ରେ ସାମିଲ ନୁହନ୍ତି କି ?
ଏହି ଚିତ୍ରରୁ ଜଣା ପଡୁଛି ସରକାରଙ୍କ ପଛୁଆ ଅଞ୍ଚଳର ବିକାଶ ନାରା ର ବାସ୍ତବ ଚିତ୍ର। ଗତ ୧୫ ତାରିଖ ଦିନ ଜଣେ ଗର୍ଭବତୀ ମହିଳାଙ୍କ ଶାରୀରିକ ଅବସ୍ଥା ବହୁତ ଖରାପ ହୋଇ ଯାଇଥିଲା। ତେବେ ରାସ୍ତାର କୌଣସି ସୁବିଧା ନଥିବାରୁ ସ୍ଥାନୀୟ ଲୋକ ତାଙ୍କୁ କାନ୍ଧରେ ବୋହି ଆଣିଥିଲେ ।
ମିଳିଲାନି ଆମ୍ବୁଲାନସ ଯନ୍ତ୍ରଣାରେ ୧୫ କିଲୋମିଟର ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା ପାହାଡିଆ ଚାଲାରାସ୍ତାରେ ଗର୍ଭବତୀଙ୍କୁ ବୋହି ଆଣିଛନ୍ତି। ଏହି ଚିତ୍ର କଳାହାଣ୍ଡି ଥୁଆମୂଳ ରାମପୁର ବ୍ଲକର ବିଛିନାଞ୍ଚଳ କୁହ ଯାଉଥିବା ପୋଡପଡାର ପଞ୍ଚାୟତର ଦୁର୍ଗମ ଉପରପାଙ୍ଗା ଗାଁର ।
ଏହି ଚିତ୍ର ଗାଁ ର ଗର୍ଭବତୀ ମହିଳା ଅଞ୍ଜଳି ହରିଜନଙ୍କୁ ୧୫ କିଲୋମିଟର ଖଟିଆରେ ଅଣା ଯାଇଥିଲା ପରେ ତାଙ୍କୁ ଇନ୍ଦିରାବତୀ ଜଳ ଭଣ୍ଡାରରେ ଚାଲୁଥିବା ବୋଟ ଆମ୍ବୁଲାନସ ମାଧ୍ୟମରେ ପଡୋଶୀ ନବରଙ୍ଗପୁର ତେନ୍ତୁଳଖୁଣ୍ଟି ସରକାରୀ ଡାକ୍ତର ଖାନାରେ ଭର୍ତ୍ତି କରା ଯାଇଛି ।
ଏହି ଚିତ୍ର ଦେଖିବା ପରେ ରାଜ୍ୟ ସରକାରଙ୍କ ବିକାଶ କଥା ଉପରେ ପ୍ରଶ୍ନ ଉଠୁଛି। ଏମିତି ଘଟଣା ଅନେକ ଘଟିଚାଲିଛି ହେଲେ ପ୍ରଶାସନ ସ୍ତିତି ପରଖୁ ନାହାନ୍ତି କାହିଁକି ? କେଉଁ ଗାଁକୁ ରାସ୍ତା ନାହିଁ। ତାର ରିପୋର୍ଟ କଣ ଜିଲ୍ଲା ପ୍ରଶାସନଙ୍କ ପାଖେ ନାହିଁ ଯଦି ଅଛି ଏହା ଉପରେ ଦୃଷ୍ଟି ଦିଅ ଯାଉନି କାହିଁକି ? ରାଜ୍ୟ ସରକାରଙ୍କ ମୋ ସରକାର କଣ ଲୋକ ଦେଖାଣିଆ , ଏହି ପରି ବହୁ ପ୍ରଶ୍ନ ଏବେ ଅଞ୍ଚଳବାସୀଙ୍କ ମନରେ ଉଠୁଛି।