ରାଜ୍ୟରେ ବଢୁଛି ହତ୍ୟାଜନିତ ମାମଲା ; ସବାଗ୍ରେ ରହିଛି ଯୌତୁକ ପାଇଁ ବଧୂହତ୍ୟା, ପଢ଼ନ୍ତୁ ରିପୋର୍ଟ…

ସଂସ୍କାର : ଆମ ରାଜ୍ୟର ହତ୍ୟାଜନିତ ମାମଲାକୁ ନେଇ ଆସିଛି ଏକ ଆଶ୍ଚର୍ଯ୍ୟ ଚକିତ ରିପୋର୍ଟ। ଏହି ରିପୋର୍ଟ କହୁଛି ଯେ, ରାଜ୍ୟରେ କିଭଳି ବଢିବାରେ ଲାଗିଛି ହତ୍ୟାଜନିତ ମାମଲା। ପ୍ରତିଦିନ ରାଜ୍ୟରେ କେଉଁଠି ନା କେଉଁଠି କାହାକୁ ନା କାହାକୁ ହତ୍ୟା କରାଯାଉଛି। ଆଉ ଏହା ଏକ ନିର୍ଦ୍ଦିଷ୍ଟ କାରଣ ପାଇଁ ଅପରାଧୀ ଏହି କାଣ୍ଡ ସୃଷ୍ଟି କରୁଛି। ଅନ୍ୟପଟେ ଏହି ରିପୋର୍ଟର ସବୁଠୁ ଆଶ୍ଚର୍ଯ୍ୟ ଅଂଶ ହେଲା ଯୌତୁକଜନିତ ବଧୂହତ୍ୟା ପାଇଁ ଓଡ଼ିଶା ସର୍ବାଗ୍ରେ ରହିଛି।

ଗୋଟିଏ ପଟେ ଉତ୍ତରପ୍ରଦେଶ ଭଳି ବୃହତ ରାଜ୍ୟରେ ଯୌତୁକଜନିତ ବଧୂହତ୍ୟା କମ୍ ରହିଥିବାବେଳେ ଓଡ଼ିଶା ସବୁ ରାଜ୍ୟକୁ ଟପି ଏହି କାଣ୍ଡରେ ଶୀର୍ଷରେ ରହିଛି। ଯାହାକି ଏନ୍‌ସିଆରବି ର ରିପୋର୍ଟରୁ ସ୍ପଷ୍ଟ ହୋଇଛି। କେବଳ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ଛାଡ଼ି ଦେଲେ ଅନ୍ୟ କୌଣସି ରାଜ୍ୟ ଯୌତୁକଜନିତ ହତ୍ୟାରେ ଓଡ଼ିଶାର ଆଖପାଖରେ ନାହାନ୍ତି।

କଣ କହୁଛି ଏନ୍‌ସିଆରବି ତଥ୍ୟ ?

ଏନ୍‌ସିଆରବି ତଥ୍ୟ ଅନୁସାରେ ୨୦୨୧ ମସିହାରେ ରାଜ୍ୟରେ ୨୭୫ ଜଣ ନବବଧୂଙ୍କ ଜୀବନ ଯୌତୁକ ଜୁଇରେ ଯାଇଛି। କେବଳ ବଧୂହତ୍ୟା ନୁହେଁ, ରାଜ୍ୟରେ ହତ୍ୟାଜନିତ ମାମଲା ବି ବଢ଼ିବାରେ ଲାଗିଛି। ପ୍ରତିଦିନ କୌଣସି ନା କୌଣସି କାରଣରୁ ହତ୍ୟାକାଣ୍ଡ ଘଟୁଛି।

କେତେବେଳେ ସମ୍ପତ୍ତି ପାଇଁ ଭାଇର ଜୀବନ ଭାଇ ନେଉଥିବାବେଳେ ପ୍ରେମ ପାଇଁ ବନ୍ଧୁର ମୁଣ୍ଡ କାଟିବାକୁ ପଛାଉ ନାହାନ୍ତି ଅନ୍ୟଜଣେ ବନ୍ଧୁ। ସହର ହେଉ କି ଗ୍ରାମାଞ୍ଚଳ ହତ୍ୟା ଭଳି ସଙ୍ଗିନ ମାମଲା ରାଜ୍ୟରେ ବଢ଼ି ଚାଲିଛି। ୨୦୨୧ରେ ରାଜ୍ୟରେ ୧୩୯୪ ହତ୍ୟା ମାମଲା ପଞ୍ଜିକୃତ ହୋଇଛି। ୨୦୨୦ରେ ୧୪୭୦ ଏବଂ ୨୦୧୯ରେ ୧୩୫୬ ହତ୍ୟା ଘଟିଥିବା ତଥ୍ୟରୁ ଜଣାପଡ଼ିଛି।

ଦୈନିକ କିଛି ନା କିଛି କାରଣରୁ ଲୋକମାନେ ହତ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରେମଜନିତ ଘଟଣା, ନିଶାର ପ୍ରଭାବ, ଜମିବାଡ଼ି କଳହ, ପାରିବାରିକ ସମସ୍ୟା ଓ ବିବାଦ ଏବଂ ଛୋଟମୋଟ ଝଗଡ଼ାକୁ ନେଇ ୬୮୪ ହତ୍ୟା ମାମଲା ହୋଇଛି। ଜମିବାଡ଼ି ମାମଲା ୧୧୧ ଓ ଛୋଟ ଝଗଡ଼ାକୁ ନେଇ ୨୬ଜଣଙ୍କୁ ହତ୍ୟା ହୋଇଥିବା ତଥ୍ୟରୁ ଜଣାପଡ଼ିଛି। ପାରିବାରିକ କଳହ ଓ ବିବାଦ ଯୋଗୁଁ ରାଜ୍ୟରେ ସର୍ବାଧିକ ୫୩୫ଜଣଙ୍କୁ ହତ୍ୟା କରାଯାଇଛି।

ଏନ୍‌ସିଆରବି ତଥ୍ୟ ଅନୁସାରେ ରାଜ୍ୟରେ ଶିଶୁ ଓ ପ୍ରାପ୍ତବୟସ୍କଙ୍କୁ ମିଶାଇ ୧୪୧୧ ଜଣ ହତ୍ୟାର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୦୭ ପୁରୁଷ ଓ ୬୦୪ ମହିଳାଙ୍କୁ ହତ୍ୟା କରାଯାଇଛି। ସେହିପରି ୩ ନାବାଳକ ଓ ୬ ନାବାଳିକା ହତ୍ୟାର ସମ୍ମୁଖୀନ ହୋଇଛନ୍ତି।

ରାଜ୍ୟରେ ୧୮ରୁ ୩୦ବର୍ଷ ବୟସର ୧୦୩୮ଜଣଙ୍କୁ ହତ୍ୟା କରାଯାଇଥିବାବେଳେ ୫୬୫ ଯୁବକ ଓ ୪୭୩ ଯୁବତୀ ରହିଛନ୍ତି। ତେବେ ୩୦ରୁ ୪୫ ବର୍ଷର ୨୮୪ ଜଣ ରହିଥିବା‌େ‌ବଳେ ୪୫ରୁ ୬୦ ବର୍ଷର ୭୨ଜଣ ଏବଂ ୬୦ରୁ ଊର୍ଦ୍ଧ୍ବ ବର୍ଷର ଜଣ ବିଭିନ୍ନ କାରଣରୁ ହତ୍ୟାର ସମ୍ମୁଖୀନ ହେଉଥିବା ଏନ୍‌ସିଆରବି ତଥ୍ୟରୁ ସ୍ପଷ୍ଟ ହୋଇଛି।

Leave a Reply

Your email address will not be published. Required fields are marked *