ସଂସ୍କାର : ଇଚ୍ଛାଶକ୍ତି ଆଗରେ ହାର ମାନିଛି ସଫଳତା। ମାଆର ସପନକୁ ସାକାର କରିଲେ ମୋହନ। ଏଭଳି ଏକ ଖବର ଆସିଛି ଅସ୍ତରଙ୍ଗ ବ୍ଳକରୁ। ଦିନକୁ ଦୁଇ ଓଳି ଖାଇବାକୁ ପଉନଥିବା ପୁଅ ନିଟରେ କଲେ ଟପ୍ପର। ଆଶା ରଖିଥିଲେ ଡକ୍ଟର ହେବେ ଲୋକଙ୍କର ସେବା କରିବେ ଆଉ ଆଜି ସେ ସଫଳତା ଅର୍ଜନ କରିଛନ୍ତି। ମା’ର ସ୍ୱପ୍ନକୁ ସାକାର କରିଛି ପୁଅ।
ସ୍ୱପ୍ନ ଦେଖିବାକୁ କାହାର ବା ଇଚ୍ଛା ନାହିଁ । କିନ୍ତୁ ସ୍ୱପ୍ନ ବାସ୍ତବରେ ପୂରଣ କରିବା ଲୋକ ବହୁତ କମ । ପାଠ ପଢିବା ପାଇଁ ବହି ନଥାଇପାରେ ତଥାପି ମନ ଭାଙ୍ଗିନି। ଏସବୁ ଦୃଶ୍ୟ ହେଉଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ମଧୁପୁର ଗ୍ରାମର। ୪ ବର୍ଷର ହୋଇଥିଲେ ତାଙ୍କ ବାପା ମୃତ୍ୟୁବରଣ କରିଥିଲେ। ଦୁଃଖକଷ୍ଟରେ ଭାଇ ଭଉଣୀକୁ ନେଇ ମାଆ ପରିବାର ପ୍ରତିପୋଷଣ କରୁଥିଲେ।
ଅଭାବ ଅନାଟନ ମଧ୍ୟରେ ମାଆ ସ୍ୱପ୍ନକୁ ପୂରଣ କରି ପୁଅ ୯୩% ରଖି ଟପ୍ପର ହୋଇଛନ୍ତି ନିଟ ପରୀକ୍ଷାରେ। ପୁଅର ସଫଳତା ଆଗରେ ମାଆଙ୍କ ମନରେ ଖୁସି କହିଲେ ନସରେ। ଏହି ଅଭାବ ଅନାଟନ ମଧ୍ୟରେ ପୁଅ ମୋହନ ବୁଝିଛନ୍ତି ପାଠପଢାର ମୂଲ୍ୟ। ସେଥିପାଇଁ ବୋଧେ ଆଜି ସେ ମେଡିକାଲରେ ଟପ୍ପର।