ସଂସ୍କାର : ଚନ୍ଦ୍ରପରି ଘର। ଏହି ଘର ଭିତରେ ରହିଲେ ଲାଗିବ ଯେ, ଚନ୍ଦ୍ରରେ ବର୍ତ୍ତମାନ ଅଛନ୍ତି। ଏପରି ଏକ ଘର ବର୍ତ୍ତମାନ ତିଆରି ହେବାକୁ ଯାଉଛି। ଯାହାର ନାମ ମୁନ୍ ରିସର୍ଟ ରଖାଯାଇଛି। ତେବେ ଦୁବାଇରେ ହେବ ପ୍ରଥମ ମୁନ୍ ରିସର୍ଟ । ପ୍ରଥମ ଅଟ୍ଟାଳିକା ଓ ବିଳାସପୂର୍ଣ୍ଣ , ଅତ୍ୟାଧୁନିକ ଭିତିଭୂମିର ସହର ଦୁବାଇ ଏବେ ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରିବା ପାଇଁ ଚନ୍ଦ୍ର ଆକୃତିର ରିସର୍ଟ କରିବାକୁ ଯାଉଛି ।
ପର୍ଯ୍ୟଟକଙ୍କ ରହିବା ନିମନ୍ତେ ଏହି ଅଲଟ୍ରା ଲକଜରିୟସ ହୋଟେଲକୁ କାନାଡାର କମ୍ପାନୀକୁ ନିର୍ଦ୍ଦେଶ ଦେଇଛି। ଅବିକଳ ଚନ୍ଦ୍ରପୃଷ୍ଠ ଭଳି ଦେଖାଯାଉଥିବା ଏହି ରିସର୍ଟ ୪୮ ମାସରେ ନିର୍ମାଣ ହେବ। ଏହାର ଉଚ୍ଚତା ୭୪୫ ଫୁଟ ରହିବ। ଏହି ନିର୍ମାଣରେ ପାଖାପାଖି ୫ବିଲିୟନ ଡଲାର ଖର୍ଚ୍ଚ ହେବ। ଏହି ମୁନ୍ ରିସର୍ଟ ଦୁବାଇ ଦେଶର ଅର୍ଥନୈତିକକୁ ଆହୁରି ମଜବୁତ କରିବ ବୋଲି କୁହାଯାଉଛି।
ରିସର୍ଟରେ ଲୋକେ ସବୁପ୍ରକାର ସୁବିଧା ପାଇପାରିବେ । ବାର୍ଷିକ ପ୍ରାୟ ୧.୮ ବିଲିୟନ ଡଲାର ରୋଜଗାର ହେବ ବୋଲି ଆକଳନ କରାଯାଉଛି । ଏବେ କମ୍ପାନୀ ଲାଇସେନ୍ସ କରିବା ଓ ଦକ୍ଷ କରିବା ପାଇଁ ରୋଡ ସୋ କାର୍ଯ୍ୟକ୍ରମ ରଖିଛି ।