ଟୁଙ୍ଗୁରୁ ଭୋଳ ହେଲା ଗିରଫ, ବର୍ଷା ଭାଉଜଙ୍କ ଅଭିଯୋଗକ୍ରମେ ଟୁଙ୍ଗୁରୁ ଖାଇଲା ଜେଲ୍ ହାୱା…

ସଂସ୍କାର : ଟୁଙ୍ଗୁରୁ ଭୋଳ, ରାଜ୍ୟରେ ଏହି ନାଁ ଟି ବେଶ୍ ଚର୍ଚ୍ଚିତ। ତେବେ ବର୍ତ୍ତମାନ ଏହି ଅଟୋ ଚାଳକ ଟୁଙ୍ଗୁରୁ ଭୋଳ (୨୧ ବର୍ଷ) କୁ ଗିରଫ କରିଛି କମିସନରେଟ ପୁଲିସ। ସୋସିଆଲ ମିଡ଼ିଆ ପ୍ଲାଟଫମ୍ ‘ୟୁଟ୍ୟୁବ୍‌’ ମାଧ୍ୟମରେ ରାଜ୍ୟସାରା ଚର୍ଚ୍ଚାର ପରିସରକୁ ଆସିଥିବା ଆଲୋକ ଭୋଳ ଓରଫ ଟୁଙ୍ଗୁରୁ ଭୋଳ ବର୍ତ୍ତମାନ ଜେଲରେ। ଆଲୋକ ଭୋଳ ଓରଫ ଟୁଙ୍ଗୁରୁର ଘର ଗଞ୍ଜାମ ଜିଲା ହିଞ୍ଜଳିକାଟୁ ଅଞ୍ଚଳରେ। ତେବେ ଭରତପୁର ଥାନା ଅନ୍ତର୍ଗତ ଫୁଲେଶ୍ବରୀବସ୍ତିରୁ ପୁଲିସ ଟୁଙ୍ଗୁରୁ ଭୋଳକୁ ଗିରଫ କରିଥିବା ପୋଲିସ ସୁତ୍ରରୁ ଜଣାପଡିଛି।

ଗତ ଅଗଷ୍ଟ ମାସ ୧୦ ତାରିଖରେ ଭରତପୁର ଥାନା ଅଧୀନ ସରଧାପଲ୍ଲୀ ବସ୍ତି ନିବାସୀ ବର୍ଷା ଭୋଳ (୨୯)ଙ୍କ ଦ୍ବାରା ଅଣାଯାଇଥିବା ଯୌନ ନିର୍ଯାତନା ଅଭିଯୋଗ କ୍ରମେ ଟୁଙ୍ଗୁରୁ ଭୋଳ ଗିରଫ ହୋଇଛି। ଭରତପୁର ଥାନା ପୁଲିସ କହିଛି ଯେ, ସରଧାପଲ୍ଲୀ ବସ୍ତିର ବର୍ଷା ଭୋଳଙ୍କ ଅଭିଯୋଗ କ୍ରମେ ଗତ ଜୁଲାଇ ୨୯ ତାରିଖ ରାତି ୧୨ଟାରେ ଟୁଙ୍ଗୁରୁ ଭୋଳ ତାଙ୍କୁ ଫୋନ୍‌ କରି ଫୁଲେଶ୍ବରୀ ବସ୍ତିକୁ ଡାକିଥିଲା।

ଟୁଙ୍ଗୁରୁ ଭୋଳ ସେଠାରେ ବର୍ଷାଙ୍କୁ ଖରାପ ଭାଷାରେ ଗାଳି ଦେଇଥିଲା ଏବଂ ନିର୍ଯାତନା ଦେଇଥିଲା। ଏନେଇ ବର୍ଷା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା ଏବଂ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜଣେ ମହିଳାଙ୍କୁ ବଳାତ୍କାର କରିବା ଓ ତାଙ୍କ ସହିତ ପ୍ରେମ ସମ୍ପର୍କିତ ଭିଡିଓ ଭାଇରାଲ କରିବା ଅଭିଯୋଗରେ ଟୁଙ୍ଗୁରୁଙ୍କୁ ଭରତପୁର ଥାନା ପୋଲିସ ଗୁରୁବାର ଗିରଫ ପରେ କୋର୍ଟ ଚାଲାଣ କରିଛି।

ସୂଚନାନୁସାରେ, ଟୁଙ୍ଗୁର ବାପା, ମା’ଙ୍କ ସହ ଫୁଲେଶ୍ୱରୀ ବସ୍ତିରେ ରହି ଅଟୋ ଚଳାନ୍ତି। ଭରତପୁର ଥାନା ଶରଧାପଲ୍ଳୀ ବସ୍ତିର ସୁଜୟନ୍ତି ଦିଗାଲ ଓରଫ ବର୍ଷା ଭୋଳ(୨୯)ଙ୍କୁ ଅଟୋରେ ନେବା ସମୟରେ ତାଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହା ଜାଣିବା ପରେ ବର୍ଷାଙ୍କ ସ୍ବାମୀ ତାଙ୍କୁ ଛାଡ଼ି ପଳାଇଥିଲେ। ପରେ ବର୍ଷା ଟୁଙ୍ଗୁରଙ୍କୁ ବିବାହ କରିବାକୁ ଜିଦ ଧରିଥିଲେ ମଧ୍ୟ ସେ ରାଜି ହୋଇ ନ ଥିଲେ।

ଶେଷରେ ବର୍ଷା ଫୁଲମାଳ, ସିନ୍ଦୂର ଏବଂ ଶଙ୍ଖା ଧରି ଭରତପୁର ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଘଟଣା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ପରେ ଟୁଙ୍ଗୁରୁ ଭୋଳ ବର୍ଷାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିଲେ। ଏନେଇ ସେ ଥାନାରେ ଅଭିଯୋଗ ହୋଇଥିଲା। ଅଗଷ୍ଟ ୧୦ ବିଳମ୍ବିତ ରାତିରେ ବର୍ଷାଙ୍କ ଘରକୁ ଯାଇ ବଳାତ୍କାର କରିଥିଲେ। ଏ ନେଇ ବର୍ଷା ଭରତପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ୩୪୧,୨୯୪, ୩୨୩, ୩୭୬ ,୫୦୬ ଏବଂ ୩୪ ଆଇପିସିରେ ମାମଲା ରୁଜୁ କରିଥିଲା। ଟୁଙ୍ଗୁରଙ୍କୁ ଦୁଇ ଦିନ ଧରି ଭରତପୁର ଥାନା ପୋଲିସ ଅଟକ ରଖିବା ପରେ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *